ବେଗୁନିଆପଡା ବ୍ଲକରେ ୧୪ ଜଣ ଶିକ୍ଷକଙ୍କ ଲେବଲ-୩ କୁ ପଦୋନ୍ନତି ହେବ l ଅଧିକ ପିଲା ଥିବା ବିଦ୍ୟାଳୟକୁ ନନେବା ପାଇଁ କସରତ ଆରମ୍ଭ

0
466

ବେଗୁନିଆପଡ(ଭଞ୍ଜ କିଶୋର ମହାରଣା) ନୂତନ ଭାବେ ଶିକ୍ଷକଙ୍କ ପଦୋନ୍ନତିରେ ବେଗୁନିଆପଡା ବ୍ଲକରେ ବର୍ତମାନ ୧୪ ଜଣ ଶିକ୍ଷକ ଲେବଲ -୩ କୁ ପଦୋନ୍ନତି ପାଇବାକୁ ଯାଉଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶ ପ୍ରକାରେ ଯେଉଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧିକ ପିଲା ଥିବେ ସେହି ବିଦ୍ୟାଳୟକୁ ଏମାନେ ପ୍ରଧାନ ଶିକ୍ଷକ ଭାବେ ବଦଳି ହୋଇ ଆସିବା କଥା l କିନ୍ତୁ ବର୍ତ୍ତମାନ ସ୍ଥିତିରେ ଯେଉଁ କିଛି ବିଦ୍ୟାଳୟ ଏହି ପଦବୀ ପାଇବାକୁ ହକଦାର ସେଇଠି ଶିକ୍ଷକ ମାନେ ଏମାନଙ୍କୁ ନନେବା ପାଇଁ ବି ଇ ଓ କାର୍ଯ୍ୟାଳୟରେ ଲବି ଆରମ୍ଭ କରିବା ସହ ଅବସର ଅଳ୍ପ ଦିନ ବାକି ଥିବା ଶିକ୍ଷକଙ୍କୁ ନେବା ପାଇଁ ଲବି କରିବା ଜଣାପଡିଛି l ନିୟମ ପ୍ରକାରେ ଏହି ବ୍ଲକରେ ପିଲା ସଂଖ୍ୟାରେ ପ୍ରଥମ ସ୍ଥାନରେ ଅଙ୍ଗାର ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଦ୍ଵିତୀୟ ସ୍ଥାନରେ ମର୍ଦକୋଟ, ତୃତୀୟ ସ୍ଥାନରେ କେ.ବରିଡା, ଚତୁର୍ଥ ସ୍ଥାନରେ ସୌରା ଛଚିନା, ପଞ୍ଚମ ସ୍ଥାନରେ ମଠ ସରସିଂ, ଷଷ୍ଠ ସ୍ଥାନରେ ବେଗୁନିଆପଡା, ସପ୍ତମ ସ୍ଥାନରେ ବେଲଝରି, ଅଷ୍ଟମ ସ୍ଥାନରେ ନୂଆଗଡ ଓ ନବମ ସ୍ଥାନରେ ଚିଙ୍ଗୁଡ଼ିଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି l ପଦୋନ୍ନତି ତାଲିକାରେ ଥିବା 14 ଜଣ ପ୍ରଧାନ ଶିକ୍ଷକଙ୍କ ମଧ୍ୟରୁ 5 ଜଣ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନ ପାଇବାକୁ ଥିବା ବେଳେ ଆଉ 9 ଜଣ ଉପରୋକ୍ତ 9 ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନ ପାଇବା କଥା l କିନ୍ତୁ ବର୍ତ୍ତମାନ ଏହି 9 ଜଣଙ୍କ ମଧ୍ୟରୁ କିଛି ପ୍ରଧାନ ଶିକ୍ଷକ ଉକ୍ତ ବିଦ୍ୟାଳୟକୁ ଯିବା ପାଇଁ ମନା କରୁଥିବା ବେଳେ ଆଉ କିଛି ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ନଆସିବା ପାଇଁ ବି ଇ ଓ କାର୍ଯ୍ୟାଳୟରେ ଲବି କରୁଛନ୍ତି l ଏ ସମ୍ପର୍କରେ ବି ଇ ଓ କମଳା କାନ୍ତ ସାହୁ ପ୍ରକାଶ କରିଛନ୍ତି ଯେ ଉପରିସ୍ଥ ଅଧିକାରୀ ଯାହା ଚାହିଁବେ ସେୟା ହେବ କିନ୍ତୁ ଏହି ପଦୋନ୍ନତି ପରେ ନୂତନ ବିଦ୍ୟାଳୟକୁ ପଠାଇବା ଦାୟିତ୍ୱ ବି ଇ ଓ ଙ୍କ ଉପରେ ନ୍ୟସ୍ତ ଥିବା ବେଳେ ଏ ସବୁ ବିଦ୍ୟାଳୟକୁ ପଦୋନ୍ନତି ପାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବାଧ୍ୟତା ମୂଳକ ଭାବେ ପଠାଇବା ପାଇଁ ଦାବୀ ହେଉଛି ଓ ଏହି ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ହେଲେ ସ୍ୱଛତା ରହିବ ବୋଲି ଆଶା କରାଯାଉଛି l

LEAVE A REPLY

Please enter your comment!
Please enter your name here