ବଜ୍ରପାତରେ ୭୦ରୁ ଉର୍ଦ୍ଧ ଛେଳି ମୃତ ୧୨ ଛେଳି ଗୁରୁତର ଆହତ

0
377

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ଅନ୍ତରପଡା ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରେ ବଜ୍ରପାତ ଯୋଗୁଁ ୭୦ ରୁ ଉର୍ଦ୍ଧ ଛେଳି ମୃତ୍ୟୁବରଣ କରିଥିବା ବେଳେ ୧୨ ଟି ଛେଳି ଗୁରୁତର ଆହତ ହୋଇଥିବା କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ପାଙ୍ଗିଡି ପଞ୍ଚାୟତ କଞ୍ଚୁରୁ ଗ୍ରାମର ଶତ୍ରୁଘ୍ନ ପାତ୍ର ସବୁଦିନ ଭଳି ଅକ୍ଟୋବର ୧୭ ତାରିଖ ଦିନ ଅନ୍ତରପଡା ଗ୍ରାମ ନିକଟସ୍ଥ ପାହାଡକୁ ଛେଳି ଚରାଇବାକୁ ନେଇଥିଲେ।ସନ୍ଧ୍ୟା ହେବା ଫଳରେ ଶତ୍ରୁଘ୍ନ ଛେଳି ଧରି ନିଜ ଗ୍ରାମକୁ ଫେରିବା ସମୟରେ ଘଡଘଡି ସହ ବର୍ଷା ହେବା ଯୋଗୁଁ ଅନ୍ତରପଡା ଶିବ ମନ୍ଦିର ନିକଟସ୍ଥ ମାନିକପୁର ଛକରେ ସମସ୍ତ ଛେଳିକୁ ରଖି ସେଠାରେ ରହିଥିଲେ। ସେହି ସମୟରେ ଏକ ବଡଧରଣର ବଜ୍ରପାତ ହୋଇଥିଲା।ବଜ୍ରପାତ ହେବା ଫଳରେ ସେଠାରେ ଶତ୍ରୁଘ୍ନଙ୍କ ୭୦ ରୁ ଉର୍ଦ୍ଧ ଛେଳି ମୁତ୍ଯୁ ବରଣ କରିଥିବା ବେଳେ ୧୨ ଛେଳି ଗୁରୁତର ଆହତ ହୋଇଥିଲେ। ଶତ୍ରୁଘ୍ନ ଛେଳିଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ବଜ୍ରପାତରେ ତାଙ୍କର ଛେଳି ଗୁଡିକର ମୁତ୍ଯୁ ଘଟିବା ସହ ୧୨ ଛେଳି ଗୁରୁତର ଆହତ ହୋଇଥିବା ବେଳେ ସେ କିପରି ପରିବାରପ୍ରତିପୋଷଣ କରବେ ଚିନ୍ତାରେ ଅଛନ୍ତି। ଖବର ପାଇ ପାଙ୍ଗିଡି ସରପଞ୍ଚଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ବିଷୋୟୀ ଘଟଣା ସ୍ଥଳରେ ପହଞ୍ଚି ସମବେଦନା ଜଣାଇବା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ପ୍ରଶାସନଙ୍କୁ ଜଣାଇ ସାହାଯ୍ୟ କରିବାକୁ ଜଣାଇବେ ବୋଲି କହିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here