ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ଓଡିଶା ଶାଖା ପକ୍ଷରୁ କଳା ଦିବସ ପାଳନ ଅବସରରେ ଶାନ୍ତି ଶୋଭାଯାତ୍ରା।

0
792

ବ୍ରହ୍ମପୁର,୧୦/୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ସମ୍ୱିଧାନର ଅନୁସୂଚିତ ଜାତି ଅଧ୍ୟାଦେଶ ୧୯୫୦ ଅନୁଚ୍ଛେଦ ୩କୁ ଉଚ୍ଛେଦ କରି ମିଶ୍ର କମିଶନଙ୍କ ରିପୋର୍ଟକୁ ଗ୍ରହଣ କରିବା ସହ ଅନୁସୂଚିତ ହିନ୍ଦୁ ଧର୍ମାଲମ୍ବୀଙ୍କ ଭଳି ସାରା ଖ୍ରୀଷ୍ଟିୟାନ୍ ଦଳିତ ବର୍ଗଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଯିବାକୁ ଦାବୀ କରି ଆଜି ଜାତୀୟ ଦଳିତ ଖ୍ରୀଷ୍ଟିଆନ୍ ପରିଷଦ ଓଡିଶା ଶାଖା ପକ୍ଷରୁ ବ୍ରହ୍ମପୁର ଠାରେ ଜାତୀୟ କଳାଦିବସ ପାଳନ କରାଯାଇଛି। ଏହି ଅବସରରେ ଏକ ପଦଯାତ୍ରା ବିଜିପୁର ସ୍ଥିତ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ସମୁଖରୁ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ଶାନ୍ତି ପୂର୍ବକ ପ୍ରତିବାଦ କରିବା ପରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମହମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଏଥିରେ ଦକ୍ଷିଣଓଡିଶାର ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା କଳାହାଣ୍ଡି ଜିଲ୍ଲାର ଖ୍ରୀଷ୍ଟିଆନ ଭାଇ ଓ ଭଉଣୀମାନେ ଯୋଗଦେଇ ଏଇ ଶାନ୍ତି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଜାତୀୟ ଦଳିତ ଖ୍ରୀଷ୍ଟିଆନ୍ ପରିଷଦ ଓଡିଶା ଶାଖାର ସମ୍ପାଦକ ଆଚାର୍ଯ୍ୟ ବିକାଶ ବର୍ଦ୍ଧନ, ସଭାପତି ପ୍ରଫୁଲ୍ଲ ଲିମା, ସହ ସମ୍ପାଦକ ସାଗର ବଳିୟାରସିଂ, ଜାତୀୟ ସହସମ୍ପlଦକ ଶାନ୍ତନା ଡରାଇ, ଉତ୍କଳ ବାପଟିଷ୍ଟ ଚର୍ଚ୍ଚ ସଂଗଠନ ଓ ଦକ୍ଷିଣ ଓଡିଶା କଥୋଲିକ ସଙ୍ଗଠନ ବହୁର ଫାଦର ଓ ସିଷ୍ଟରମାନେ, ସ୍ଥାନୀୟ ପାଳକ ଆଚାର୍ଯ୍ୟ ଅଜୟ ପାତ୍ର, ଫାଦର ଅଜିତ ଲିମା, ଶାମ୍ଶୋନ ଦାସ ଓ ରବୀନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଉକ୍ତ ଅହିଂଶା ଆନ୍ଦୋଳନରେ ବହୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୋଗଦେଇ ଶାନ୍ତି ଶୃଙ୍ଖଳାର ସହ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here