ବଡଗଡ ବନାଞ୍ଚଳ ରେ “ବିଶ୍ୱ ବନ ଦିବସ ” ପାଳନ

0
392

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଦକ୍ଷିଣ ଘୁମସୁର ବନଖଣ୍ଡ ଅନ୍ତର୍ଗତ ବଡଗଡ ବନାଞ୍ଚଳ ରେ “ବିଶ୍ୱ ବନ ଦିବସ – ୨୦୨୧” ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏହି ଅବସରରେ ଏକ ବିଶାଳ ପଦଯାତ୍ରା ମାଧ୍ୟମରେ ଜଙ୍ଗଲ ନିଆଁ କୁ ପ୍ରତିହତ କରିବା ସକାଶେ ଜନସାଧାରଣରେ ଉଦେଶ୍ୟ ରେ ଏକ ସଚେତନତା ବାର୍ତ୍ତା ପ୍ରେରଣ କରାଯାଇଥିଲା । ବନାଞ୍ଚଳ ତରଫରୁ ବନପାଳ ଶ୍ରୀ ବଂଶୀଧର ପ୍ରଧାନ, ଶ୍ରୀ କାହ୍ନୁ ଚରଣ ପ୍ରଧାନ, ଶ୍ରୀ ସୁଶାନ୍ତ କୁମାର ବିଷୋୟୀ ବନରକ୍ଷୀ ଶ୍ରୀ ରାଜେନ୍ଦ୍ର କୁମାର ଗୌଡ଼, ପ୍ରକଳ୍ପ ସଂଯୋଜକ ଶ୍ରୀ କରୁଣାକର ବାରିକ, ଶ୍ରୀ ସଞ୍ଜିତ କୁମାର ମହାରଣା, ଶ୍ରୀ ଅଂଶୁମାନ ଶତପଥୀ, ସମୀର କାନ୍ତ ପାଢ଼ୀ, ଶ୍ରୀ ସୌମ୍ୟାଜିତ ଆଚାର୍ଯ୍ୟ ଲିପିକା ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତା ମାନେ ଓ ସମସ୍ତ ସ୍କ୍ୱାର୍ଡ ଷ୍ଟାଫ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ବନ ବିଭାଗର ଏହି ପଦକ୍ଷେପ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

ରିପୋର୍ଟ :ନିଲୁ ବିଶୋଇ

LEAVE A REPLY

Please enter your comment!
Please enter your name here