ସ୍କୁଟିକୁ ଧକ୍କା ଦେଲା ଟ୍ରାକ୍ଟର ; ୩ ଯୁବକ ଗୁରୁତର

0
203

ଛତ୍ରପୁର : ଅଗସ୍ତିନୂଆଗାଁ ଛକ ଅଷ୍ଟମ ବାଟାଲିଆନ ସମ୍ମୁଖ ଜାତୀୟ ରାଜପଥରେ ଏକ ସ୍କୁଟିକୁ ଧକ୍କା ଦେଲା ଟ୍ରାକ୍ଟର । ଫଳରେ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଆହାତ ମାନେ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ କରପଡା ଗ୍ରାମର ଦିପୁ ପାଢୀ, ନାରାୟଣ ନାହାକ ଓ କାହ୍ନୁ ରାଉଳ । ମିଳିଥିବା ସୂଚନା ମୁତାବକ, ଓଡି୦୭ ଆର ୩୫୦୨ ନମ୍ବର ବିଷିଷ୍ଟ ଏକ ସ୍କୁଟି ଯୋଗେ ତିନି ଜଣ ଯୁବକ ଛତ୍ରପୁରରୁ ଗଞ୍ଜାମ ଅଭିମୁଖେ ଯାଉଥିବା ବେଳେ ଗଞ୍ଜାମ ପଟୁ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଯାଉଥିବା ତିନି ଜଣ ଜଣ ଯୁବକ ଗୁରୁତର ଆହାତ ହୋଇ ରାସ୍ତା ପାଶ୍ୱର୍କୁ ଛିଟିକି ପଡିଥିଲେ । ଘଟଣାର ଖବର ପାଇ ହାଇୱେ ପେଟ୍ରୋଲିଙ୍ଗ ଗାଡିର ଏସଆଇ ଦେବରାଜ ସାହୁ ଓ ଡ୍ରାଇଭର ଏନ୍‌. ଗଣେଷ ଗୁରୁତର ଆହାତ ୩ ଜଣଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here