ଗଞ୍ଜାମ ଜିଲ୍ଲା ବାଉରୀ(ଖଦାଳ) ସମାଜର ସାମ୍ବିଧାନିକ ସମ୍ମିଳନୀ

0
253

ପୋଲସରା(ଅନିଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ମେରୁତୋଟା ରେ ମାର୍ଚ୍ଚ ୭ ତାରିଖରେ ଗଞ୍ଜାମ ଜିଲ୍ଲା ବାଉରୀ(ଖଦାଳ) ସମାଜ ବିକାଶ ମଞ୍ଚର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ବରେ ବିଜେଡି ସରକାର ଆଦିବାସୀ ଓ ହରିଜନ ଶ୍ରେଣୀଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ଜନହିତକର ଯୋଜନା ନେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ବାଉରୀ(ଖଦାଳ) ସମାଜ ବିକାଶ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ। କୁମର ଦାସ (ସଭାପତି), କାଶୀନାଥ ନାହାକ ଓ ରୋହିତ ନାହାକ (ଉପସଭାପତି), ସୁରଥ ନାହାକ (ସମ୍ପାଦକ), ଅରୁପ କୁମାର ନାହାକ (କୋଷାଧ୍ୟକ୍ଷ) ଭାବେ ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଅଶୋକ କୁମାର ନାହାକ, ବଂଶୀଧର ନାହାକ, ଭାଗିରଥି ନାହାକ, ବସନ୍ତ ନାହାକ, ସୂର୍ଯ୍ୟ ନାହାକ ଓ ଶୌରୀ ନାହାକ ମନୋନୀତ ହୋଇଥିଲେ। ଏଥିସହ କାର୍ଯ୍ୟକାରୀ କମିଟିକୁ ୧୭ ଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here