ଖଲ୍ଲିକୋଟ-ବିରୁଳି-ବାଣପୁର ବାଣାୟତ୍ତ ଓଡ଼ିଆ ସମାଜର ନିର୍ବାଚନୀ ସଭା ଅନୁଷ୍ଠିତ

0
438

ବେଗୁନିଆପଡା(ନିୟୁଜ ଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମୁଣ୍ଡୁଳା ପଞ୍ଚାୟତର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଖଲ୍ଲିକୋଟ-ବିରୁଳି-ବାଣପୁର ବାଣାୟତ୍ତ ଓଡ଼ିଆ ସମାଜର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l  ଜିଲ୍ଲା ସଭାପତି ଗନ୍ଧର୍ବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ନିର୍ବାଚନୀ ସଭାରେ ବରିଷ୍ଠ ଆଇନୀଜୀବୀ ତଥା ନିର୍ବାଚନ ଅଧିକାରୀ ଉଦୟ ନାଥ ପ୍ରଧାନ, ରାଜ୍ୟ ସଭାପତି ତଥା ମୁଖ୍ୟ ଅତିଥି ସନ୍ତୋଷ କୁମାର ନାୟକ ଯୋଗଦେଇ କୁଳ ଇଷ୍ଟଦେବୀ ମା’ ନାରାୟଣୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ନିର୍ବାଚନୀ କାର୍ଯ୍ୟ ଆରମ୍ବ କରିଥିଲେ l କରୋନା ଜନିତ ସମସ୍ତ କଟକଣା ଏବଂ ନିୟମକୁ ପାଳନ କରାଯାଇ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ସଭାପତି ଭାବେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଉପସଭାପତି ଭାବେ ଯଥାକ୍ରମେ ଯୋଗେନ୍ଦ୍ର ଦାସ, ରଘୁନାଥ ନାୟକ ଏବଂ ସନ୍ୟାସୀ ଲେଙ୍କା, ସମ୍ପାଦକ ଭାବେ ସୁରେନ୍ଦ୍ର ପ୍ରଧାନ, ସହ ସମ୍ପାଦକ କବିରାଜ ଜେନା, କୋଷାଧକ୍ଷ ଭାବେ ପ୍ରଫୁଲ୍ଲ ଗୌଡ଼, ସଂଗଠନ ସମ୍ପାଦକ ଭାବେ ଯଥାକ୍ରମେ ପବିତ୍ର କୁମାର ରାଉତ, ବିଜୟ ରାଉତ ଏବଂ ବିଜୟ ବିଶ୍ୱାଳ,ସମୀକ୍ଷକ ଭାବେ ଭଗବାନ ପଲେଇ, ଉପଦେଷ୍ଟା ମଣ୍ଡଳୀ ଭାବେ ଯଥାକ୍ରମେ ଚନ୍ଦ୍ରପାଣି ରାଉତ,ଗୋପାଳ ମଲ୍ଲିକ, ସୁଦର୍ଶନ ପ୍ରଧାନ ବାଉରୀ ବନ୍ଧୁ ପରିଡା ଏବଂ ଭାସ୍କର ମଲ୍ଲିକ ନିର୍ବାଚିତ ହୋଇଥଲେ l ଏଥିରେ ଗଞ୍ଜାମ ଜିଲ୍ଲା ବାଣାୟତ୍ତ ସମାଜର ସମସ୍ତ ବରିଷ୍ଠ ଏବଂ କନିଷ୍ଠ ସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ବାଣାୟତ୍ତ ସମାଜର ସମସ୍ତ ସୁବିଧା ଅସୁବିଧାକୁ ନିରପେକ୍ଷ ଭାବେ ସହଯୋଗ କରିବାକୁ ନିର୍ବାଚିତ ସଭ୍ୟ ମାନେ ନିଜନିଜ ମନ୍ତବ୍ୟରେ ପ୍ରକାଶ କରିଥିଲେ l 

ରିପୋର୍ଟ : ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here