ନିଶାରେ ଚୂର ଫାର୍ମାସିଷ୍ଟ!

0
756

ଜଗତସିଂହପୁର(newsxtra) ପୁଣି ଚର୍ଚ୍ଚାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଥର କୌଣସି ଭଲ କାମ ପାଇଁ ନୁହେଁ, ଜଣେ ନିଶାସକ୍ତ ଫାର୍ମାସିଷ୍ଟଙ୍କ ଅସଭ୍ୟ ଆଚରଣ ଯୋଗୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚର୍ଚ୍ଚାରେ ରହିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଓ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଫାର୍ମାସିଷ୍ଟ ଡ୍ୟୁଟିରେ ଥିବା ବେଳେ ବେଡ୍‌ରେ ଶୋଇ ରୋଗୀଙ୍କଠାରୁ ପ୍ରେସ୍‌କ୍ରିପ୍‌ସନ୍‌ ନେଉଛନ୍ତି। ଠିକ୍‌ରେ କଥା କହିପାରୁନଥିବାରୁ ଫାର୍ମାସିଷ୍ଟ ମହାଶୟ ଜଣକ ନିଶାରେ ଥିବା ଜଣାପଡ଼ୁଛି। ଆଉ ତାଙ୍କ ପାଖରେ ରୋଗୀମାନେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

LEAVE A REPLY

Please enter your comment!
Please enter your name here