ଟ୍ରକରୁ ୬୮୮ କେଜି ଗଞ୍ଜେଇ ଜବତ, ୨ ଗିରଫ

0
340

ମୋହନା(ଅଂଶୁ ପାଣ୍ଡେ)ଏସପି ତପନ କୁମାର ପଟ୍ଟନାୟକ ଯେଉଁ ଦିନ ଠାରୁ ଜିଲ୍ଲା ରେ ଦାଇତ୍ୱ ନେଇଛନ୍ତି ସେଦିନ ଠାରୁ ଅଞ୍ଚଳରେ ଗଞ୍ଜେଇମାଫିଆ ଙ୍କ ମନରେ ଭୟ ସୁଷ୍ଟି କରିଛି ଏହା କୁ ନେଇ ଥାନା ଅଧିକାରୀ ମାନଙ୍କୁ ରାତି ଦିନ ଏକ କରି ଧରିବାକୁ ପଡୁଛି ମୋହନା ଥାନା ଅଧିକାରୀ ଗତ ବର୍ଷ ଦେଡେ ମାସରେ ମୋହନା ଥାନା ର ରେକର୍ଡ କରିଛନ୍ତି
ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଚାନ୍ଦିପୁଟ-ଲୁହାଗୁଡି ରାସ୍ତାରେ ଚଢ଼ାଉ କରି ଏକ ଟ୍ରକରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ କରି ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମନେ ହେଲେ, ବିହାରର ଜଗୁରାମ ଧୋବି ଓ ଝାରଖଣ୍ଡର ଇନ୍ଦ୍ର ପ୍ରସାଦ ଯାଦବ । ଅଭିଯୁକ୍ତମାନେ ଅନ୍ତରବା ଅଞ୍ଚଳରୁ ଗଂଜେଇ ନେଇ ଝାରଖଣ୍ଡ ଅଭିମୁଖେ ଚାଲାଣ କରୁଥିବା ବେଳେ ପୋଲିସ କୋଣସି ସୂତ୍ରରୁ ଖବର ପାଇଁ ବିଳମ୍ବିତ ରାତିରେ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକଟିମ ପିଙ୍କିମୁରୁମ ଓ ତାଙ୍କସହ କର୍ମଚାରୀ ଚଢ଼ାଉ କରି ଲୁହାଗୁଡି ନିକଟରେ ଟ୍ରକ ନଂ ସିଜି,୦୪ଏଲନ୩୮୯୯କୁ ଯାଞ୍ଚ କରିଥିଲେ । ଯାଞ୍ଚ ବେକେ ଟ୍ରକରୁ ୨୭ ବସ୍ତା ଗଞ୍ଜେଇ ଜବତ ହୋଇଛି ଏହାକୁ ତସିଲିଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ ଙ୍କ ଉପସ୍ଥିତ ରେ ଓଜନ କରିବାରୁ ଏହା ୬୮୮କେଜି ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୩୫ଲକ୍ଷ୍ୟ ହେବ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ

LEAVE A REPLY

Please enter your comment!
Please enter your name here