ଭିଡିପି ଆସୋସିଏଟ ସର୍ଭେ: ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
647

ଭୁବନେଶ୍ୱର ୧୮/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ସାରା ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ଭିତ୍ତିକରି ଭିଡିପି ଆସୋସିଏଟ ପକ୍ଷରୁ ଏକ ସର୍ଭେ କରାଯାଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ନବୀନ ଏକ ନମ୍ବର ସ୍ଥାନର ଅଧିକାରୀ ହୋଇଛନ୍ତି । ବିଜେଡି ପକ୍ଷରୁ ଶନିବାର ଦିନ ଗଣମାଧ୍ୟମକୁ ଏ ସମ୍ପର୍କରେ ଅବଗତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ନେଇ ରାଜ୍ୟବାସୀ ସନ୍ତୁଷ୍ଟ ଅଛନ୍ତି। ଏହି ସର୍ଭେରେ ଶ୍ରୀଯୁକ୍ତ ନବୀନ ସର୍ବାଧିକ ୮୨ ପଏଣ୍ଟ ପାଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୭୨ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ୭୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସର୍ଭେରେ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଦର୍ଶନରେ ଭଲ ଏବଂ ହାରାହାରି ଭାବେ ଖୁସି ଥିବା ବ୍ୟକ୍ତିବିଶେଷଙ୍କ ମତାମତକୁ ସାମିଲ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here