ମାଲବାହି ଟ୍ରେନ ଲାଇନଚ୍ୟୁତ

0
198

ଛତ୍ରପୁର : ଛତ୍ରପୁର ଓ ଗଂଜାମ ମଧ୍ୟଭାଗରେ ଏକ ମାଲବୋଝେଇ ଟ୍ରେନ ର ଦୁଇ ଇଂଜିନ ଲାଇନଚ୍ୟୁତ ହୋଇଛି । ଫଳରେ ଗୋଟିଏ ଟ୍ରାକ୍ ରେ ଟ୍ରେନ ଯିବା ଆସିବା ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ଆଉ ଏକ ଟ୍ରାକ୍ ରେ ଟ୍ରେନ ଚଳାଚଳ କରୁଥିଲା । ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ସେହି ଟ୍ରାକ୍ ରେ ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପରିଶ୍ରମ ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏନେଇ ରେଳବାଇ ପକ୍ଷରୁ ୨ଟି ଏଆରଟି ଟିମ୍ ଟ୍ରେନ ଉଦ୍ଧାର କାର୍ଯ୍ୟ ରେ ସାମିଲ ହୋଇଛନ୍ତି । ଘଟଣା ସ୍ଥଳରେ ଖୋର୍ଦ୍ଦା ଡିଆରଏମ ରିଙ୍କେଶ ରୟଙ୍କ ସମେତ ରେଳବାଇ ବିଭାଗର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ଏମଓଆଇଭି/ ଏନ ବକ୍ସ ଲୋଡ ଡାଉନ ଏକ ( ସିମେଣ୍ଟ ନିମନ୍ତେ ଉପଯୋଗୀ କ୍ଲିଙ୍କର) ନାମକ କଞ୍ଚା ମାଲ ବୋଝେଇ ଟ୍ରେନଟି ସାଉଥ ସେଣ୍ଟରରୁ ବଇରି ଅଭିମୂଖେ ଯାଉଥିବା ବେଳେ ଗୁରୁବାର ପୂର୍ବାହ୍ନ ୯.୨୦ ରେ ଛତ୍ରପୁର ଓ ଗଂଜାମ ମଧ୍ୟ ଭାଗ ତଥା ବଡଶଙ୍ଖ ନିକଟ ମା କନ୍ଧୁଣୀ ମନ୍ଦିର ସମ୍ମୁଖ ରେଳ ଟ୍ରାକ ୫୭୪/୨୪-୨୬ର ରାଇଟ ସାଇଡ ରେ ଟ୍ରେନର ସମ୍ମୁଖ ଇଂଜିନ (୨୮୬୫୩ ଡବ୍ଲୁଏଜି୭ ଗୁନ୍ତକଲ) ଏବଂ ସେକେଣ୍ଟ ଇଂଜିନ (୨୮ଜି୬୫ ଡବ୍ଲ୍ୟୁଜି୭) ଟ୍ରଲି ଲାଇନଚ୍ୟୁତ ହୋଇଯାଇଥିଲା । ଯାହାଫଳରେ ଟ୍ରେନ ଟି ଲାଇନଚ୍ୟୁତ ହୋଇ ରହିଯାଇଥିଲା । ଏଥିରେ କେହି ଆହାତ ହୋଇନଥିବା ବେଳେ ବିଶେଷ କିଛି କ୍ଷତିଗ୍ରସ୍ଥ ହୋଇନଥିଲା । କେବଳ ସେଠାରେ ଏହି ମାଲ ବୋଝେଇ ଟ୍ରେନର ୬୯ଟି ବଗି ରହିଯାଇଥିଲା । ସମସ୍ତ ବଗିରେ ମାଲ ରହିଥିବା ବେଳେ ବଗିରେ ଥିବା ସାମଗ୍ରୀ ଗୁଡିକ ନଷ୍ଟ ହୋଇନଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ତତକ୍ଷଣାତ୍ ରେଳ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପରେ ଖୋର୍ଦ୍ଧା ଡିଆରଏମ ରିଙ୍କେଶ ରୟ ଏବଂ ପାଲାସା ଓ ଖୋର୍ଦ୍ଧାର ଦୁଇଟି ଉଦ୍ଧାରକାରୀ ଟିମ୍ ପହଂଚି ଇଂଜିନ ଦୁଇଟିକୁ ଉଦ୍ଧାର କରିଥିଲେ ।

LEAVE A REPLY

Please enter your comment!
Please enter your name here