ଏ ବି ଭି ପି କର୍ମୀଙ୍କ ଦ୍ଵାରା ଭଞ୍ଜବିହାରରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତଳିକା ଦାହ ।

0
603

ବ୍ରହ୍ମପୁର,୨୬/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭଞ୍ଜବିହାର ଶାଖା ତରଫରୁ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମୁଖ୍ୟଫାଟକ ସାମ୍ନାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଗତକାଲି ସାବେରୀ ଛାତ୍ରୀ ନିବାସ କୋଠା ଭୁସୁଡିବା ଘଟଣାର ୨୪ଘଣ୍ଟା ହୋଇଯାଇଥିଲେ ମଧ୍ୟ କୌଣସି ପ୍ରକାର ତଦନ୍ତ କମିଟି ଗଠନ କରାଯାଇ ନାହିଁ । ତତ୍ ସହିତ ବିଶ୍ଵବିଦ୍ୟାଳୟ ପ୍ରଶାସନଙ୍କ ଖାମଖିଆଲି ମନବୃତି ଯୋଗୁଁ ଆଜି ବହୁ ଛାତ୍ରଛାତ୍ରୀ ଅସୁରକ୍ଷିତ ଭାବେ ରହୁଛନ୍ତି କିନ୍ତୁ କୌଣସି ଦୃଷ୍ଟି ପଡିନଥିବା ଦୁଃଖର ବିଷୟ ପାଲଟିଛି । ବିଶ୍ଵବିଦ୍ୟାଳୟ କତୃପକ୍ଷ ଦଳୀୟ ରାଜନୀତିକୁ ପୃଷ୍ଠପୋଷକତା ଦେଉଥିବା କାରଣରୁ କୋଠାର ରକ୍ଷଣାବେକ୍ଷଣ ନିରପେକ୍ଷ ଭାବେ କରାଯାଉନାହିଁ । ଯାହା ଫଳରେ ଅତି ନିମ୍ନମାନର କାମ ମୁଖ୍ୟତଃ କୋଠା ଭୁସୁଡିବାର କାରଣ । ଏହି ଘଟଣାର ଦୀର୍ଘ ୨୪ଘଣ୍ଟା ହୋଇଯାଇଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ନିଘୋଡ଼ ନିଦ୍ରାରେ ସୋଇଛି ଓ କତୃପକ୍ଷ ଭଗବାନଙ୍କ ଭରସାର ଦ୍ୱାହି ଦେବା ନିନ୍ଦନୀୟ । ଏଣୁ ଆଜି ମୁଖ୍ୟ ଫାଟକ ସାମ୍ନାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏଥିରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ବିଶ୍ଵବିଦ୍ୟାଳୟ ପ୍ରମୁଖ ମାତା ପ୍ରସାଦ ନାୟକ, ଜିଲ୍ଲା ସଂଯୋଜକ ସିଦ୍ଧାନ୍ତ ସୁମନ ଦାସ , ବିଶ୍ଵବିଦ୍ୟାଳୟ ଛାତ୍ରନେତା ତୁତୁନ ପାତ୍ର , କୃଷ୍ଣଚନ୍ଦ୍ର ପୋଲାଇ, ହର୍ଶିତ ରାଉଳ, ଅନନ୍ତ ପ୍ରଧାନ,ନାରାୟଣ ସାହୁ, ଛୋଟରାୟ ,ବିଦିତ୍, ଅରୁଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here