ଚଳନ୍ତା ରେଳଗାଡିରେ ମଦ କାରବାର ; କୋଚ ଆଟେଣ୍ଡାଂଟ ବିଦେଶୀ ମଦ ସହ ଗିରଫ

0
720

ବ୍ରହ୍ମପୁର ୧୮/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ବ୍ରହ୍ମପୁର ଆରପିଏଫ ମଦ କାରବାରରେ ସମ୍ପୃକ୍ତ ଥିବା ଜଣେ କୋଚ ଆଟେଣ୍ଡାଂଟକୁ କୋଣାର୍କ ଏକ୍ସପ୍ରେସ୍ରେରୁ ଗିରଫ କରିବା ସହ ମଦ ବୋତଲ ଜବତ କରିଥିଲା | ଚଳନ୍ତା ରେଳଗାଡିରେ ମଦ ରଖି କାରବାର କରୁଥିବା ନେଇ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ହୋଇଥିଲା | ଉପରସ୍ଥ ଅଧିକାରୀଙ୍କ ଠାରୁ ନିର୍ଦ୍ଧେଶ ମିଳିବା ପରେ ଆରପିଏଫ ଥାନା ଏସଆଇ ଶ୍ରୀ ସି.କେ ତିୱାରୀ ଓ ଟ୍ରେନିଂ ଏସ୍କର୍ଟ ଷ୍ଟାଫ ମିଳିତ ଭାବରେ ବ୍ରହ୍ମପୁର ଷ୍ଟେସନଠାରେ କୋଣାର୍କ ଏକ୍ସପ୍ରେସର ବି-୩ ବଗିରେ ଚଢ଼ାଉ କରି ଏହି ଅଭିଯୁକ୍ତକୁ ଗିରଫ କରିଥିଲେ | ଆରପିଏଫ ଥାନା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାରଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରିବା ଜିଲ୍ଲାର ରାମପାଲ ପଟୱା (ବୟସ ୪୧ ବର୍ଷ) | ସେ କୋଣାର୍କ ଏକ୍ସପ୍ରେସର ବି-୩ ବଗିରେ ଆଟେଣ୍ଡାଂଟ ଭାବରେ କାର୍ଯ୍ୟରତ ଥିବା ଅବସ୍ଥାରେ ତାଙ୍କଠାରୁ ୧୨ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି ଓ ତାଙ୍କୁ ବ୍ରହ୍ମପୁର ଷ୍ଟେସନରେ ଥିବା ସରକାରୀ ରେଳବାଇ ଥାନାକୁ ହସ୍ତାନ୍ତର କରାଯାଇଛି | ରାମପାଲ ବିରୋଧର ଆବଶକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ |

LEAVE A REPLY

Please enter your comment!
Please enter your name here