ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଉଦଯାପିତ

0
568

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଖଲିକୋଟ କଲେଜ ଖେଳ ପଡ଼ିଆ ଠାରେ ଅଭିଶେକ କ୍ରିଏସନ୍ ପକ୍ଷରୁ ଆୟୋଜିତ ଓଡ଼ିଶା ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ରଜନୀ ତଥା ଉଦଯାପନୀ ଦିବସର ମୁଖ୍ୟ ଅତିଥି ଭାବେ ଗୃହ ଶକ୍ତି ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀ କାନ୍ତ ସାହୁ, ବ୍ରହ୍ମପୁର ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଏସପି ପିନାକ ମିଶ୍ର, ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ,ସୁବାଷ ମହାରଣା ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ ।
ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିପନ୍ ଘଡ଼େଇ ଓ ତାଙ୍କ ସାତୀ ସିଙ୍ଗି ବାଦ୍ୟ ପରିବେଷଣ କରିଥିଲେ । ପରେ ପରେ ପ୍ରତିମା ନାୟକ ନୃତ୍ୟ ଦଳ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଭୁବନେଶ୍ୱର ଅପରୂପା ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଲିଜୋମି ଡ୍ୟାନ୍ସ ଏକାଡ଼େମୀ, ଜାଗୃତି ଏକାଡ଼େମୀ ଅଫ୍ ଆର୍ଟ ଏଣ୍ଡ୍ କଲଚର୍, ଏରୋବିକ୍ ଡେଡ଼ିକେସନ୍ ଭିମ୍ ଗ୍ରୁପ୍, ରୋକ୍ ଷ୍ଟାର୍ ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ମୁମ୍ବାଇର ବଲିଉଡ଼୍ କଣ୍ଠଶିଳ୍ପୀ ସୁନୀଲ କୁମାର ସଂଗୀତ ପରିବେଷଣ କରିଥିଲେ ।

ଅଭିଶେକ କ୍ରିଏସନ୍ ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଆୟୋଜନ ହୋଇଥିବାରୁ ଅତିଥି ମାନେ ଏପ୍ରକାର ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ଅତିଥି ମାନଙ୍କୁ ଉପଢୌକନ ଓ ଗଛ ଚାରା ଦେଇ ସମ୍ବର୍ଦ୍ଧନା କରାଯିବା ସହ କଳାକାର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଭିଶେକ କ୍ରିଏସନ୍ ର ପରିଚାଳନା ନିର୍ଦ୍ଦେଶିକା ଉଷା ପଟ୍ଟନାୟକ, ନିର୍ଦ୍ଦେଶିକା ଆରତୀ ପଟ୍ଟନାୟକ, ମହୋତ୍ସବ କମିଟି ଅଧ୍ୟକ୍ଷ ପ୍ରକାଶ ପଟ୍ଟନାୟକ, ସମ୍ପାଦକ ସୁଦୀପ ସାହୁ, ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ, ଦେବହରି ବେହେରା ,ମିହିର ତ୍ରିପାଠୀ, କେଦାର ନାଥ ଚୌଧୁରୀ, ସନ୍ତୋଷ କୁମାର ସାହୁ, ନିର୍ମଳ ଚନ୍ଦ୍ର ସାହୁ, ସୁନନ୍ଦା ଚୌଧୁରୀ ଙ୍କ ସମେତ ଅଭିଶେକ କ୍ରିଏସନ୍ ର ବହୁ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here