ବୁଗୁଡା କୋର୍ଟ ଏ.ଏସ.ଆଇ. ନିଲମ୍ବିତ, ଗିରଫ ଓ କୋର୍ଟ ଚାଲାଣ

0
316

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବିଚାର ବିଭାଗୀୟ ଅଦାଲତଙ୍କ ବିଚାରପତି ଙ୍କ ଜାଲ ସ୍ବାକ୍ଷର କରି ଜଣେ ବିଚାରାଧୀନ ବନ୍ଦୀକୁ ଜେଲରୁ ଖଲାସ କରିଥିବା ଅଭିଯୋଗ ନେଇ କୋର୍ଟ ଏଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କ ବିରୁଦ୍ଧରେ ବୁଗୁଡା ଥାନା କେଶ ନଂ ୫୮/୨୧ ପ୍ରକାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଏଏସଆଇ ଶ୍ରୀ ବେହେରାଙ୍କୁ ଭଞ୍ଜନଗର ଅଫିସରେ ଜେରା କରି ପଦବୀରୁ ନିଲମ୍ବିତ କରିଥିଲେ। ପରେ କୋର୍ଟ ଏଏସଆଇ ସୂର୍ଯ୍ୟ ନାରାୟଣ ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଭଞ୍ଜନଗରର ମାନ୍ୟବର ଏସ.ଡି.ଜେ.ଏମ. କୋର୍ଟର ଜି.ଆର. ନମ୍ବର ୧୬୪/୨୧ ପ୍ରକାରେ ମାମଲା ପଞ୍ଜିକରଣ କରାଯାଇଅଛି।

LEAVE A REPLY

Please enter your comment!
Please enter your name here