ଆବାସ ଯୋଜନାରେ ୮୩ ଜଣଙ୍କୁ କାର୍ଯ୍ୟାଦେଶ

0
297

ବୁଗୁଡା(ନ୍ୟୁଜଏକ୍ସଟ୍ରା ) ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣୀ ମଣ୍ଡପରେ ମାର୍ଚ୍ଚ ୧୨ ତାରିଖ ଦିନ ହିତାଧିକାରୀଙ୍କୁ ଆବାସ ଯୋଜନା ରେ ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ ପାଇଁ ଏକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ୮୩ ଜଣ ଗରିବ ପରିବାରଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ ବୁଗୁଡା ଏନଏସିର ପୂର୍ବତନ ଉପାଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଆଡଭୋକେଟ ରବିନ୍ଦ୍ର କୁମାର ପଣ୍ଡା ମଞ୍ଚାସିନ ଥିଲେ।

LEAVE A REPLY

Please enter your comment!
Please enter your name here