ଗେରେଡା ପଞ୍ଚାୟତ ସ୍ତରୀୟ ବିଜେପି ର ସାଙ୍ଗଠନିକ ବୈଠକ l

0
413

ଜଗନ୍ନାଥପ୍ରସାଦ(ନ୍ୟୁଜଏକ୍ସଟ୍ରା ) ଜଗନ୍ନାଥପ୍ରସାଦ ବ୍ଳକ ଗେରେଡା ପଞ୍ଚାୟତ ସ୍ତରୀୟ ବିଜେପିର ସାଂଗଠନିକ ବୈଠକର ସ୍ଥାନୀୟ ଲିଙ୍ଗିଡିବାଡ଼ି ଠାରେ ଅନୁଷ୍ଠିତ ହୋଇଯାଇଛି lତାରସିଂ ମଣ୍ଡଳ ସଭାପତି ତଥା କ୍ଷେତମୁଣ୍ଡାଳି ସରପଞ୍ଚ ନୀଳାଞ୍ଚଳ ଖିଲାର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକ, ବରିଷ୍ଠ ବିଜେପି ନେତା କବିରାଜ ବେହେରା, ଗଂଜାମ ଜିଲ୍ଲା ବିଜେପି ଉପସଭାପତି ସନ୍ତୋଷ ପାଳ, ଗେରେଡା ସମିତିସଭ୍ୟ ସତ୍ୟ ଶୋଭନ ରଥ, ପୂର୍ବତନ ତାରାସିଂ ମଣ୍ଡଳ ସଭାପତି ରାଜୁ ପ୍ରଧାନ, ଗେରେଡା ପୂର୍ବତନ ସରପଞ୍ଚ ପ୍ରଭାତ ସାହୁ,ଜଗନ୍ନାଥ ପାତ୍ର, ଦୁଃଖୀଶ୍ୟାମ ପ୍ରଧାନ, ପୂର୍ବତନ ସମିତିସଭ୍ୟ ଅଶୋକ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଦଳର ସଂଘଠନ ବୃଦ୍ଧି ,କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା,ଆଗାମୀ ଦିନରେ କିପରି ବିଜେପି ଦଳ ସୁଦୃଢ ହେବା ସହିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ପ୍ରତି ପଞ୍ଚାୟତ ରେ କିପରି ଦଳ ବହୁ ମତ ହାସଲ କରିପାରିବ ଏବଂ ଏହି ବ୍ଳକ ର ପ୍ରତି ପଞ୍ଚାୟତ ରେ ଦଳ ସଠିକ ଲୋକଙ୍କୁ ଦାୟିତ୍ୱ ଦେଇ କିପରି ଠିକ ଭାବରେ ଦଳ ନିଜର ସମସ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମଗୁଡିକୁ ଠିକ ଭାବରେ ପରିଚାଳନା କରିପାରିବେ ସେ ନେଇ ଆଲୋଚନା କରାଯାଇଥିଲା l ବୈଠକ ରେ ଅନେକ ପୂର୍ବତନ ୱାର୍ଡ ମେମ୍ବର ଓ ଦଳୀୟ କର୍ମୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here