ମୃତକଙ୍କ ପରିବାର ନିକଟରେ ବିଧାୟକ ଶ୍ରୀକାନ୍ତ ସାହୁ

0
156

ପୋଲସରା:ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ତିନି ଜଣଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ବେଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ପଞ୍ଚୁ ପାତ୍ର ( ୨୮) ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ପୋଲସରା ବ୍ଲକ୍ ଅନ୍ତର୍ଗତ ନିମୀନା ଗ୍ରାମର ଦୁଃଖୀ ମହାରଣା ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ବସନ୍ତ ଗୌଡ ( ୩୦) ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ପୋଲସରା ବ୍ଲକ୍ ଅନ୍ତର୍ଗତ ସୋଡକ ଗ୍ରାମର ପୂର୍ବତନ ସରପଞ୍ଚ ସୁଶାନ୍ତ କୁଣ୍ଡ ଅସ୍ତ୍ରୋପଚାର କରି ଘରକୁ ଫେରିଥିବା ବେଳେ ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କ ଗ୍ରାମକୁ ଯାଇ ଶ୍ରୀ କୁଣ୍ଡଙ୍କ ସ୍ବାସ୍ଥ୍ୟ ବିଷୟ ନେଇ ବୁଝିଥିଲେ। ସେହିପରି ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ନାୟକ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବିଧାୟକ ଶ୍ରୀକାନ୍ତ ସାହୁ ମଥୁରା ଗ୍ରାମକୁ ଯାଇ ପ୍ରଦୀପ ନାୟକଙ୍କ ସ୍ଵାସ୍ଥ୍ୟ ବିଷୟ ପଚାରି ବୁଝିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here