ଭାରସାମ୍ୟ ହରାଇ ବାଇକ ଚାଳକ ଗୁରୁତର

0
251

କନ୍ଧମାଳ(ନ୍ୟୁଜଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ଜାତୀୟ ରାଜପଥରେ ଏକ ହିରୋହୋଣ୍ଡା ମୋଟର ସାଇକଲ ନଂ. ଓଆର-୦୭-ଏଚ- ୪୪୦୯ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି | ବାଇକ ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଦୂତିମେଣ୍ଡୀ ଗ୍ରାମବାସୀ ଖଜୁରୀପଡ଼ା ଅଗ୍ନିଶ୍ରମ ବିଭାଗ କୁ ଫୋନ୍ ରେ ଯୋଗାଯୋଗ କରିବା ପରେ ଘଟଣା ସ୍ଥଳରେ ଦମକଳ ବିଭାଗ ପହଞ୍ଚି ଗୁରୁତର ବାଇକ ଚାଳକଙ୍କୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ରିପୋର୍ଟ :ସଂଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here