ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଙ୍କୁ ଅପେପା ର ପିଡି, “ମୋ ସ୍କୁଲ ” ର ସଦସ୍ୟ ଭାବେ ଦାୟିତ୍ଵ ରେ ରହିବେ

0
286

ପାରଳାଖେମୁଣ୍ଡି: ରାଜ୍ଯ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥବା ବିଜ୍ଞପ୍ତି ଅନୁଯାୟୀ ଗଜପତି ଜିଲ୍ଲପାଳ ଶ୍ରୀ ଅନୁପମ ଶାହାଙ୍କୁ ଅପେପା ର ପିଡି ଭାବେ ନିଯୁକ୍ତି ଦିଆଯାଇଛି ଏବଂ ଏହା ସହିତ ଶ୍ରୀ ଶାହା “ମୋ ସ୍କୁଲ”ସଦସ୍ୟ ଭାବ ଦାୟିତ୍ୱରେ ରହିବେ l ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ଶାହାଙ୍କ ସ୍ଥାନରେ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଏସପିଡି ଥିବା ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲପାଳ ଭାବେ ଅବସ୍ଥାପିତ କରାଯାଇଥିବା ସୂଚନା ମିଳିଛି। ଶ୍ରୀ ସାହା ଗଜପତି ଜିଲ୍ଲାପାଳ ଦାଇତ୍ୱ ଗ୍ରହଣ କରିବା ପରେ ଜିଲ୍ଲା ର ବହୁତ ଗୁରୁତ୍ବପୁର୍ଣ କାର୍ଯ୍ୟ ହାତକୁ ନେଇ ସମ୍ପାଦନା କରୁଥିବା ବେଳେ ତାଙ୍କ ସମୟରେ ତିତିଲି ଭୋଳି ମହାବାତ୍ୟା ର ସମ୍ମୁଖୀନ ହେବାକୁ ପଡିଥିଲା ସେହି ବାତ୍ୟା କୁ ଅତି ସୁରୁଖୁରୁରେ ପରିଚାଳନା କରିଥିଲେ, ପରେ ୨୦୧୯, ସାଧାରଣ ନିର୍ବାଚନ ମଧ୍ୟ ସୁରକ୍ଷିତ ଭାବେ ସମ୍ପାଦନା କରିଥିଲେ। ତାହା ପରେ କୋରନା ମହାମାରୀ ସମୟରେ ତାଙ୍କର କାର୍ଯ୍ୟ ଦକ୍ଷତା ଅତୁଳନୀୟ ଥିଲା ଯାହା ଫଳରେ ସର୍ବଭାରତୀୟ ସ୍ତରରେ କୁହାଯାଉ କିମ୍ବା ରାଜ୍ୟ ସ୍ତରରେ ଜିଲ୍ଲାର ସମ୍ମାନ ରକ୍ଷା କରି ସାଧାରଣ ଲୋକଙ୍କ ସୁବିଧା ସୁଯୋଗ ସୁରକ୍ଷା ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରି ଥିଲେ। ଶ୍ରୀ ସାହା ଗଜପତି ଜିଲ୍ଲା ନିଜକୁ ଆଇ ଏ ଏସ୍ ଅଫିସର ଭାବେ ନିଜକୁ ପ୍ରମାଣିତ ନକରି ସଦା ସର୍ବଦା ସର୍ବସାଧାରଣ ଙ୍କ ଅଭିଯୋଗ କୁ ଭିତ୍ତିକରି ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁସନ୍ଧାନ କରି ବିହୀତ ପଦକ୍ଷେପ ନେଉଥିଲେ।ସେ ଜଣେ ସାଧାରଣ ଲୋକଙ୍କ ପରି ସଦାସର୍ବଦା ଲୋକଙ୍କ ପାଖରେ ପହଞ୍ଚୁ ଥିଲେ। ଜିଲ୍ଲା ର କୋଣ ଅନୁକୋଣ ସମସ୍ତ ପ୍ରକାର କାର୍ଯ୍ୟ ନିର୍ବାହ କରୁଥିଲେ। ଏହି ପରି ଜଣେ ବିଜ୍ଞ ପ୍ରଶାସନୀକ ଅଧିକାରୀ ଙ୍କୁ ଗଜପତି ବାସିନ୍ଦା ଭୁଲି ପାରିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାରେ କରୁଥିବା ଦେଖିବାକୁ ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here