ପୁଣି ମହିଳା ହେଲେ ଲୁଟେରାଙ୍କ ଶିକାର

0
654

ଦିଗପହଣ୍ଡି ୧୭/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତ ଗୁରୁବାର ଦିନ ଜଣେ ଶିକ୍ଷୟିତ୍ରୀ ମହୁଡ଼ା-ନରସିଂହପୁର ଗ୍ରାମର ନିଛାଟିଆ ରାସ୍ତାରେ ଯାଉଥିବା ସମୟରେ ଲୁଟର ଶିକାର ହୋଇଥିଲେ ।ଦୁର୍ବୃତ୍ତଜଣକ ବାଇକରେ ଆସି ତାଙ୍କୁ ଅଟକାଇ ଆକ୍ରମଣ କରିବା ସହ ୩ ଭରି ଓଜନର ସୁନାହାର ଓ କାନଫୁଲ ଲୁଟି ନେଇଥିଲା। ସେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଜଣକ ତାଙ୍କୁ ବୁଦା ମୂଳକୁ ଟାଣିନେଇ ବଳାତ୍କାର ଉଦ୍ୟମ କରିଥିଲା । ମାତ୍ର ଶିକ୍ଷୟିତ୍ରୀ ଜଣଙ୍କ ଖସିଆସି ନିକଟରେ ଥିବା ଗାଁ ଆଡକୁ ଦୌଡିଥିଲେ। ଫଳରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ବାଇକ ଯୋଗେ ଚମ୍ପଟ ମାରିଥିଲା। ମହୁଡ଼ା-ନରସିଂହପୁର ଗ୍ରାମର ନିଛାଟିଆ ରାସ୍ତାର ସୁଯୋଗ ପାଇ ଦୁର୍ବୃତ୍ତଜଣକ ଶିକ୍ଷୟିତ୍ରୀଙ୍କୁ ଲୁଟିବାରେ ସଫଳ ହୋଇଥିଲା । ଶିକ୍ଷୟିତ୍ରୀ ଜଣଙ୍କ ଘରକୁ ଫୋନ କରି ଜଣାଇବା ପରେ ପରିବାର ଲୋକେ ପହଞ୍ଚି ତାଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନେଇଥିଲେ। ଚିକିତ୍ସା ପରେ ଶିକ୍ଷୟିତ୍ରୀ ଜଣକ ତାଙ୍କ ସ୍ବାମୀଙ୍କ ସହ ଯାଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା ଅନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ଶିକ୍ଷୟିତ୍ରୀ ଜଣକ ଏଲ.ସୋଭନା ୭୩ତମ ସ୍ୱାଧୀନତା ଦିବସ ପାଳନ ପାଇଁ ନରସିଂହପୁର ବିଦ୍ୟାଳୟକୁ ଗୁରୁବାର ସକାଳ ୭ଟାରେ ସ୍କୁଟି ଯୋଗେ ଯାଉଥିଲେ। ଚିକିଟି ଏସ୍ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଓ ଦିଗପହଣ୍ଡି ଥାନା ଆଇଆଇସି ଗୌରାଙ୍ଗ ଚରଣ ସାହୁ ନଂ.୧୪୯/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here