ମୋହନା ପୋଲିସ ଦ୍ୱାରା ୧୮୦ କିଲୋଗ୍ରାମ ଗଂଜେଇ ଜବତ

0
690

ଗଜପତି ୬/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ସୋମବାର ଦିନ ମଧ୍ୟାହ୍ନରେ ଗଜପତି ଜିଲ୍ଲା ପୋଲିସ ଓ ମୋହନା ଥାନା ପୋଲିସ ମିଳିତ ଭାବେ ୧୮୦ କିଲୋଗ୍ରାମ ଗଂଜେଇ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛନ୍ତି |

ଏସ.ଡ଼ି.ପିଓ ଶ୍ରୀ ଅଶୋକ ମହାନ୍ତିଙ୍କ ସୂଚନା ଅନୁସାରେ ମୋହନ ଥାନା ଅଂଚଳର ବଡ ସିନ୍ଧବା ଗ୍ରାମରେ ଏହି ଗଂଜେଇ ୧୧ଟି ବସ୍ତାରେ ଭର୍ତି କରି ଅଭିଯୁକ୍ତ ଗାଡ଼ିରେ ଚାଲାଣ ପାଇଁ ଅପେକ୍ଷା କରିଥିବାରେ ସମୟରେ ଜବତ କରାଯାଇଥିଲା | ଅଭିଯୁକ୍ତ ଜଣକ ମୋହନା ଥାନା ଅନ୍ତର୍ଗତ ମାର୍ଦ୍ଧମୁଳି ଗ୍ରାମର ଗୁରୁବାରୀ ମାଝୀ ବୋଲି ପୋଲିସ ତଦନ୍ତରୁ ଜଣାପଡିଛ | ଏହି ଗଞ୍ଜେଈର ଆନୁମାନିକ ପ୍ରାୟ ପ୍ରାୟ ୧୦ଲକ୍ଷ ଟଙ୍କା ବୋଲି ଜଣାପଡିଛି | ମୋହନା ଥାନାରେ ଏ ନେଇ ମୋକଦ୍ଧମା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ସୁଜିତ କୁମାର ନାୟକ କହିଛନ୍ତି |

LEAVE A REPLY

Please enter your comment!
Please enter your name here