ଫାସି ଠାରେ ନାବାଳିକାଙ୍କ ଆତ୍ମହତ୍ୟା l

0
866

ବେଗୁନିଆପଡା ୧୭/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗତକାଲି ସନ୍ଧ୍ୟାରେ କୋଦଳା ଥାନା ଅନ୍ତର୍ଗତ ଫାସି ଗ୍ରାମରେ ଜଣେ ୧୫ ବର୍ଷୀୟା ନାବାଳିକା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ମୃତକ ଜଣକ ନୀଳ ମାଧବ ମହାପାତ୍ରଙ୍କ ଝିଅ ସୋନି l ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ l ଆତ୍ମହତ୍ୟାର କାରଣ ଜଣାପଡୁନଥିବା ବେଳେ ସେ ଜଣେ ମାନସିକ ଅନଗ୍ରସର ବୋଲି ସନ୍ଦେହ କରାଯାଉଛି l ପ୍ରାପ୍ତ ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରର ଘରେ କେହି ନଥିବାର ସୁଯୋଗ ନେଇ ମୃତ ସୋନି ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ଘରଲୋକ ଜାଣିଲା ପରେ ତୁରନ୍ତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ କୋଦଳା ପୁଲିସ ମେଡିକାଲରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଘଟଣା ଜଣାପଡିବ ବୋଲି ଏସ. ଆଇ ଅନିଲ କୁମାର ସାହୁ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here