ନୁଆଁ ଗାଁ ଠାରୁ ଆଦର୍ଶ ବିଦ୍ୟାଳୟ ରାସ୍ତା ମରଣଯନ୍ତା l

0
668

ବେଗୁନିଆପଡା ୧୭/୦୮(ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ)ଏହି ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ ନୁଆଁ ଗାଁ ଛକ ଠାରୁ ରାଗପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ଛକ ଯାଏଁ ଦେଢ଼କିଲୋମିଟର କେନାଲ ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି । ଜଳସେଚନ ବିଭାଗ ଅଧୀନରେ ରହିଥିବା ଏହି ରାସ୍ତା ମଧ୍ୟରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ନାନାଦି ସମସ୍ୟା ଉତ୍ପନ୍ନ କରୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ଥାନୀୟ ଜନପ୍ରତିନିଧି ଆଖି ବୁଜି ରହିଛନ୍ତି l

ଏହି ରାସ୍ତା ଦେଇ ସୁମଣ୍ଡଳ, ଅଙ୍ଗାର ଗାଁ, ତଲସର, କୁମ୍ଭାର ଗାଁ, ଚନ୍ଦନପୁର, ଶାଙ୍କୁଡ଼ା ଆଦି ପଞ୍ଚାୟତର ଅଧିକାଂଶ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟକୁ ଆସୁଥିବା ବେଳେ କୌଣସି ଅଘଟଣକୁ ଇଡେଇ ଦିଆଯାଇନପାରେ l ତା ଛଡା ଏହି ରାସ୍ତାଦେଇ ଗୃହପାଳିତ ପଶୁ ଯଥା ଗାଈ, ଗୋରୁ, ମେଣ୍ଢା, ଛେଳି, କୁକୁର ଆଦି ଯିବା ଆସିବା କରୁଥିବା ବେଳେ ସନ୍ଧ୍ୟାରେ ସ୍ନାନ ଶୌଚ ପାଇଁ ଲୋକ ମାନଙ୍କ ଗତାଗତ ଲାଗିରହୁଛି l ପୂର୍ବରୁ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟିବାର ନଜିର ରହିଛି l ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି l

LEAVE A REPLY

Please enter your comment!
Please enter your name here