ଗୋଲାପଲ୍ଲୀ ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର

0
744

ବ୍ରହ୍ମପୁର,୧୭/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ବ୍ରହ୍ମପୁର ଗେଟବଜାର ଗୋଲାପଲ୍ଲୀ ପୋଖରୀରେ ଜଣଙ୍କର ମୃତଦେହ ଭାସୁଥିବାର ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଉପସ୍ଥିତିରେ ଅଗ୍ନିଶମ ବିଭାଗ କର୍ମଚାରୀ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପୋଲିସ ସୂଚନା ଅନୁସାରେ ମୃତକ ଜଣଙ୍କ ହେଉଛନ୍ତି କେନାଲ ହୁଡା ସାହିର ସୁଶାନ୍ତ ନାୟକ(୩୪ ବର୍ଷ ),ବାପା ଡାନିଏଲ ନାୟକ |ତେବେ କେଉଁ ପରିସ୍ଥିତିରେ ଏବଂ କେମିତି ଯୁବକଙ୍କ ମୃତଦେହ ପୋଖରୀ ଭିତରେ ଭାସୁଥିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଛି ତାହାର ତଦନ୍ତ ପୋଲିସ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here