ବେଆଇନ ଗୁଟୁଖା କାରଖାନା ଉପରେ ଉପଜିଲ୍ଲାପାଳଙ୍କ ଚଢ଼ାଉ

0
299

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଲକ୍‌ଡ଼ାଉନ୍ ସମୟରେ ଜିଲ୍ଲାରେ ବୃଦ୍ଧି ପାଉଛି ବେଆଇନ୍ କାରବାର । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବେଧଡ଼କ ଭାବେ ଚଢଉ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏ ନେଇ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ସନ୍ଧେ ଦାତା ତ୍ରୟ ଭାଉ ସାହେବଙ୍କ ନେତୃତ୍ୱରେ ଏନ୍‌ଫୋର୍ସମେଣ୍ଟ ଟିମ୍ ଏକ ବେଆଇନ୍ ଗୁଟ୍‌ଖା କାରଖାନା ଉପରେ ଚଢାଉ କରି ବିପୁଳ ପରିମାଣର ଗୁଟ୍‌ଖା ସହ ପ୍ରାୟ ଏକ କୋଟି ଟଙ୍କାର କଞ୍ଚାମାଳ ଜବତ କରିଛି । ମିଳିଥିବା ସୂଚନା ମୁତାବକ, ଏନ୍‌ଫୋର୍ସମେଣ୍ଟ ଟିମ୍‌ର ପାଟ୍ରୋଲିଂ ସମୟରେ ଏକ କାରଖାନାରୁ ଗାଡ଼ି ବାହାରୁଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଏନ୍‌ଫୋର୍ସ ଟିମ୍ ମିଳିତ ଭାବେ ଚଢଉ କରିବା ପରେ ଦୁଇଟି ଜାଗାରେ ବେଆଇନ୍ ଭାବେ ଗୁଟ୍‌ଖା ପ୍ରସ୍ତୁତି ହେଉଥିବା ନେଇ ଜାଣିବାକୁ ପାଇଥିଲେ । ଏହାପରେ ଟିମ୍ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଓ ହୁଗୁଳାପଟ୍ଟଠାରେ ଦୁଇଟି ବେଆଇନ୍ ଗୁଟ୍‌ଖା କାରଖାନା ଉପରେ ଚଢଉ କରି ପ୍ରାୟ ଦେଢ କୋଟି ଟଙ୍କାର ଗୁଟ୍‌ଖା ଓ ଗୁଟ୍‌ଖା ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରି ସଦର ଥାନାକୁ ହସ୍ତାନ୍ତର କରାଯାଇଥିଲା l ଏତେ ଦିନ ହେଲା ସଦର ଥାନା ପୋଲିସ କଣ କରୁଥୁଲା l କାହାର ଛତ୍ରଛାୟା ତଳେ ଏହି ଗୁଟଖା କାରଖାନା ଚାଲୁଥୁଲା, ଏହା ତଦନ୍ତ ସାପେକ୍ଷ l ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଆଠ ଜଣଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଚଢଉ ସମୟରେ କୁକୁଡ଼ାଖଣ୍ଡି ତହସିଲଦାର, ସଦର ଥାନାଧିକାରୀ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here