ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ; ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ଆହତ , ୬ ଅଟକ

0
705

ବ୍ରହ୍ମପୁର ୧୭ /୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତ ଗୁରୁବାର ଦିନ ରାତି ପ୍ରାୟ ୮ ଘଣ୍ଟା ସମୟରେ ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ କୁମାରୀ କାମିନୀ ସେଠୀ(୧୮),ପିତା କୈବଲ୍ୟ ସେଠୀ ଏବଂ ତାଙ୍କ ଭାଇ ବାଳବଚ୍ଚା ଓରଫ ଲବ ସେଠୀ ଘରେ ଥିବା ଅବସ୍ଥାରେ, ଉକ୍ତ ସାହିର ନାରାୟଣ ବେହେରା ଓରଫ ଖଣ୍ଡି ଏବଂ ତାଙ୍କର ୫ ଜଣ ସହଯୋଗୀ ଦୁଇଟି ମୋଟରସାଇକେଲରେ ଖଣ୍ଡା ଧରୀ ବାଳବଚାକୁ ଆକ୍ରମଣ କରିବାକୁ ଯାଇଥିଲେ |
ଗୁରୁବାର ଲବଙ୍କର ଆଈଙ୍କ ଦ୍ୱାଦଶହ ଭୋଜି ଥିଲା, ରାତିରେ ସେ ଘର ଦାଣ୍ଡରେ ଠିଆ ହୋଇଥିଲେ , ଏହି ସୁଯୋଗ ପାଇ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଖଣ୍ଡା ଧରି ତାଙ୍କୁ ହାଣିବାକୁ ଗୋଡ଼ାଇଥିଲେ| ଲବଙ୍କ ଭଉଣୀ କାମିନୀ ଭାଇକୁ ଘର ଭିତର ଦେଇ ଅନ୍ୟତ୍ର ଚାଲିଯିବାକୁ କହିଥିଲେ ଓ ପ୍ରତିରୋଧ କରି ଅଭିଯୁକ୍ତମାନଙ୍କୁ ଅଟକାଇ ରଖିଥିଲେ | ଯାହାଦ୍ୱାରା ଅଭିଯୁକ୍ତମାନେ ଘରେ ପଶି ଲବଙ୍କୁ ନ ପାଇ କାମିନୀଙ୍କୁ ଖଣ୍ଡାରେ ହାଣିଥିଲେ ଓ ତାଙ୍କ ଡାହାଣ ହାତ ପାପୁଲିରେ ଖଣ୍ଡା ଚୋଟ ବାଜିଥିଲା ଏବଂ ସେ ରକ୍ତାକ୍ତ ହୋଇଥିଲେ | ଏହାପରେ ଉକ୍ତ ଆସାମୀମାନେ କାମିନୀକୁ ଗାଳି ଗୁଲଜ କରିବା ସହ ପେଲା ଠେଲା ଓ ଅସଦାଚରଣ କରିଥିଲେ | ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ନାରାୟଣ ବେହେରା ଓରଫ ଖଣ୍ଡି ଏବଂ ବାଳବଚ୍ଚା ଉଭୟଙ୍କ ମଧ୍ୟରେ ମାରପିଟ ଓ ଚାନ୍ଦା ମାଗିବା ବିଷୟକୁ ନେଇ ପୂର୍ବ ଶତ୍ରୁତା ଥିଲା | ପୂର୍ବରୁ ଉଭୟଙ୍କ ବିରୁଦ୍ଧରେ ମାମଲା ରହିଅଛି | କାମିନୀ ସେଠୀଙ୍କ ଅଭିଯୋଗକୁ ଭିତିକରି ପୋଲିସ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କାବୁ କରିଛି ଏବଂ ବଡ଼ବଜାର ଥାନାରେ ଧାରା ୧୪୭/୧୪୮/୨୯୪/୩୪୧/୩୨୩/୩୨୪/୩୫୪(ବି)/୪୨୭ /୫୦୬/୧୪୯ଆଇପିସି/୨୭ ARMS ACT ଅନୁସାରେ କେଶ ନଂ(୧୩୩/୧୯) ରୁଜୁ କରାଯାଇଛି | ମୁଖ୍ୟ ଅଭିଯୁକ୍ତ ନାରାୟଣ ବେହେରା ଓରଫ ଖଣ୍ଡି ସହ ନୀଳାଞ୍ଚଳ ବେହେରା ଓରଫ କାଳିଆ,ଲକି ପାଢ଼ୀ,କାଳିଆ ଡାକୁଆ,ରାମ ପଣ୍ଡା ଓ ମମ୍ମୁ ମହାରଣାକୁ ପୋଲିସ ଅଟକ ରଖି ପଚରା ଉଚରା ଚଲାଇଛି |

LEAVE A REPLY

Please enter your comment!
Please enter your name here