ଚାନ୍ଦା ଆଦାୟ ଅଭିଯୋଗରେ ଦୁଇ ଗିରଫ, ଜଣେ ଫେରାର

0
497

ଆସିକା(ଜଗନ୍ନାଥ ସାହୁ ) ବିଭିନ୍ନ ସମୟରେ ଧମକାଇ ଚମକାଇ ଚାନ୍ଦା/ବଟି ଆଦାୟ କରୁଥିବା ଓ ଅସାମାଜିକ କାର୍ଯ୍ୟକ୍ରମ ରେ ଲିପ୍ତ ଥିବା ଅଭିଯୋଗରେ ଆସିକା ଥାନା ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି |ସୂଚନା ଅନୁଯାୟୀ ଆସିକା ଥାନା ଅନ୍ତର୍ଗତ ବାବନପୁର ଗ୍ରାମର ଚୈତନ୍ୟ ଗୌଡ଼ ଙ୍କ ପୁଅ କାଳୁଚରଣ ଗୌଡ଼, ଦେବହରି ନାୟକ ଙ୍କ ପୁଅ ବନୋଜ ବିହାରୀ ନାୟକ ଓ କୋଟିବାଡି ଗ୍ରାମର ସୂର୍ଯ୍ୟ ପାତ୍ର ଆସିକା ଥାନା ଇଲାକାରେ ଲୋକଙ୍କୁ ଧମକ ଚମକ ଦେଇ ବଟି ଆଦାୟ କରୁଥିଲେ |ଏ ନେଇ ଥାନା ରେ ଅଭିଯୋଗ ହେଲା ପରେ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ବେଳେ ସୂର୍ଯ୍ୟ ପାତ୍ର ଫେରାର ଅଛି |ସୂର୍ଯ୍ୟ ପାତ୍ର କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରୀ ରହିଛି |ଏ ନେଇ ଆସିକା ଥାନା କେଶ ନଂ 134/21 ରେ ମାମଲା ରୁଜୁ କରାଯାଇ ଦଫା 386/34 ଆଇପିସି ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here