ବାଘ ଛାଲ ଚାଲାଣକୁ ଧରି ବନବିଭାଗକୁ ମିଳିଛି ବଡ଼ ସଫଳତା

0
555

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ବନବିଭାଗ ପକ୍ଷରୁ ଚଢ଼ାଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହିତ ଜଣକୁ ଗିରଫ କରି ପଚରା ଉଚରା କରୁଛନ୍ତି ଗଜପତି ଜିଲ୍ଲା ବନ ବିଭାଗ । ଗିରଫ ଅଭିଯୁକ୍ତ ଜଣଜ ହେଲେ ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଖମାରିସାହି ଗାଁର ପବିତ୍ର ଲିମା ନାମକ ଜଣେ ବ୍ୟକ୍ତି ଯେ କି ସୂଚନାମିଳିଥିବା ଅନୁସାରେ ଆଜି(ବୁଧବାର) ଅପରାହ୍ନ ସମୟରେ ରେ ଆର. ଉଦୟଗିରି ଥାନା କୁଅଁlପଡା ଓ ପୁଇପାଣି ରାସ୍ତା ନିକଟରେ ବାଘ ଛାଲ ଚାଲାଣ ଚାଲିଥିବା ନେଇ ସୂଚନା ପାଇଥିଲା ବନ ବିଭାଗ । ଅପରପକ୍ଷରେ ଏ ସଟି ଏଫ ସହ ବନ ବିଭାଗ ମିଳିତ ଚଢ଼ାଉ କରିଥିଲେ । ଗତ କିଛିଦିନ ହେବ ଗଞ୍ଜାମ ଓ ଗଜପତି ସୀମାନ୍ତ ଅଞ୍ଚଳରେ ଗୋଟିଏ ଗ୍ୟାଙ୍ଗ ବାଘ ଛାଲ ବେପାର ହେଉଥିବାର ଖବର ପାଇଥିଲା ବନ ବିଭାଗ । ପରେ ବନ ବିଭାଗ ଜଣକୁ ଗିରଫ କରି ଥିବାବେଳେ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବା ପାଇ ତଦନ୍ତ ଜାରି ରଖୀଛି ବୋଲି କହିଛନ୍ତି ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here