ଵଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ବାଲିଗୁଡା ପୋଲିସ: ଦୁଇଜଣ ନକଲି ପୋଲିସ ଗିରଫ

0
242

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ନକଲି ପୋଲିସ୍ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ବେଳେ ସିନ୍ଦିରି ଗାଁ ଖଡ଼ଗନଦୀ ପୋଲ ନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚି ରହିଥିବା ଦେଖିବାକୁ ପାଇଲା ପୋଲିସ୍ । ପୋଲିସକୁ ଦେଖି ଦୌଡ଼ି ପଳାଇବା ବେଳେ ପିଛା କରି ଦୁଇଜଣଙ୍କୁ ପୋଲିସ୍ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଗିରଫ ଦୁଇଜଣ ପୋଲିସ୍ ଏଏସ୍ ଆଇ ପୋଷାକ ପିନ୍ଧି ନିଜକୁ ପୋଲିସ୍ ସଜେଇ କିଛି ସ୍ଥାନୀୟ ଦୁର୍ବୃତ୍ତଙ୍କ ସହ ମିଶି ସେହି ରାସ୍ତା ଦେଇ ଯାଉଥିବା ଗାଡ଼ି ଓ ଲୋକମାନଙ୍କ ଠାରୁ ଡକାୟତି କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର କରୁଥିଲେ ବୋଲି ପୋଲିସ କହିଛି । ସେପଟେ ଦୁଇ ନକଲି ପୋଲିସ୍ ନିକଟରୁ ଗୋଟିଏ ମାରୁତି ସୁଇଫ୍ଟ ଡିଜାଏର କାର ନଂ. ଓଡି -୦୫-ଏଜେ- ୬୮୬୬ସହ ଗୋଟିଏ ଲୁହା ରଡ୍, ଦୁଇଟି ବେତ ଲାଠି, ଦୁଇହଳ ପୋଲିସ୍ ଡ୍ରେସ୍, ଗୋଟିଏ ଖେଳଣା ପିସ୍ତଲ୍, ସାତୋଟି ପୋଲିସ୍ ଟୋପି ସହ ବିଭିନ୍ନ ମାରଣାସ୍ତ୍ର ଜବତ୍ କରିଛି ପୋଲିସ । ଗିରଫ ଦୁଇଜଣ କଟକ ଜିଲ୍ଲା ଚଣ୍ଡୀ ଛକ ଓ କନିକା ଛକ ଅଞ୍ଚଳର ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଏଭଳି ଲୁଟ୍ କେତେଦିନ ହେଲା ଆରମ୍ଭ ହୋଇଛି ଏବଂ କେଉଁ କେଉଁ ସ୍ଥାନରେ ହୋଇଛି ସେନେଇ ଏକ କେଶ ନଂ.୪୬/୨୧ରେ ରୁଜୁ କରି ତଦନ୍ତ ଚାଲିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here