ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

0
649

ବ୍ରହ୍ମପୁର ୧୬/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଗାନ୍ଧିନଗର ସ୍ଥିତଃ ଜିଲ୍ଲା କାର୍ଯ୍ୟାଳୟଠାରେ ବାଜପେୟୀଙ୍କ ପୁଣ୍ୟ ତିଥି ପାଳିତ ହୋଇଯାଇଛି | ଆଜି ସନ୍ଧ୍ୟା ସମୟରେ ସଭାପତି ଶ୍ରୀ କାହ୍ନୁ ଚରଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କାର୍ଯ୍ୟକର୍ତାମାନେ ବାଜପେୟୀଜୀଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ମହାନ ଜୀବନୀର ସ୍ମୃତିଚାରଣ କରିଥିଲେ | ଗତ ବର୍ଷ ଆଜିର ଦିନରେ ବାଜପେୟୀଙ୍କର ୯୩ବର୍ଷ ବୟସରେ ନିଧନ ହୋଇଥିଲା | ୧୯୨୪ ମସିହାରେ ଜ୍ୱାଲିୟର ଠାରେ ଜନ୍ମ ହୋଇଥିବା ଅଟଳ ବିହାରୀ ବାଜପେୟୀ ଏକାଧାରରେ ଜଣେ ମହାନ ରାଷ୍ଟ୍ରନାୟକ,ଅଦ୍ୱିତୀୟ ଜନନାୟକ,ପ୍ରଖର ରାଷ୍ଟ୍ରବାଦୀ,ସୁଚିନ୍ତକ,ସୁଲେଖକ ତଥା କୋଟି କୋଟିଜନସାଧାରଣଙ୍କ ମାଗଦର୍ଶକ ଓ ଅଗଣିତ ବ୍ୟକ୍ତିତ୍ୱର ପୁଞ୍ଜ ଥିଲେ | ବ୍ୟକ୍ତିଗତ ଜୀବନରେ ଅତି ସରଳ ଓ ନମ୍ର ବାଜପେୟୀଜି ଜଣ ନିର୍ଭିକ ଓ ପ୍ରତିଭାବାନ ଗୁଣର ଅଧିକାରୀ ଥିଲେ | ଦେଶର ହିତ ତଥା ଉନ୍ନତି ପାଇଁ ସଦା ସର୍ବଦା ଚିନ୍ତିତ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଯେଉଁ ସବୁ ଲୋକାଭିମୁଖୀ ଜନକଲ୍ୟାଣ ଯୋଜନାଗୁଡିକ କରିଥିଲେ,ସେଥିମଧ୍ୟରୁ ସର୍ବ ଶିକ୍ଷା ଅଭିଯାନ ଓ ଅନ୍ତଦ୍ୱୟ ଅନ୍ନପୂର୍ଣା ଯୋଜନା,ସ୍ଵର୍ଣ ଚତୁର୍ଭୁଜ ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ସଫଳ ରୂପାୟନ ହୋଇଥିଲା | ପୋଖରାନ ଠାରେ ପରମାଣୁ ପରୀକ୍ଷଣ କରି ସାରା ବିଶ୍ୱରେ ଭାରତବର୍ଷକୁ ଏକ ପରମାଣୁ ସମ୍ପନ୍ନ ଦେଶ ଭାବେ ପ୍ରତିଷ୍ଠିତ କରାଇପାରିଥିଲେ | ତାଙ୍କ ସମୟରେ ଯେଉଁଭଳି ଭାବେ ଦର ଦାମ ନିୟନ୍ତ୍ରଣରେ ରହିଥିଲା,ସାଧାରଣ ଜନତା ସେହି ସମୟକୁ ସ୍ୱର୍ଣ୍ଣିମ ଯୁଗ ଭଳି ଆଜିବି ମନେପକାଉଛନ୍ତି |

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ସ୍ୱର୍ଗୀୟ ବାଜପେୟୀଙ୍କ କବିତା ପାଠ କରିବା ସହ କାଶ୍ମୀରରୁ ୩୭୦ ଓ ୩୫ ଏ ଧାରା ଉଚ୍ଛେଦ ହେବାପରେ ତାଙ୍କର ସ୍ୱପ୍ନ ସାକାର ହୋଇଛି ବୋଲି କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସୁନୀଲ କୁମାର ସାହୁ,ପ୍ରଭାତ କିରଣ ଷଡ଼ଙ୍ଗୀ,ପ୍ରବୀର ପାତ୍ର,ମଦନ ମୋହନ ପାତ୍ର,ସିଦ୍ଧାନ୍ତ ଗଙ୍ଗଦେବ,ପ୍ରଦୀପ ଶତପଥୀ,ଦି.କରୁଣାକର,ଅମୁଲ୍ୟ ଚୌଧୁରୀ,ନିରଞ୍ଜନ ପାଣିଗ୍ରାହୀ,ନମିତା ରାଣୀ ପଣ୍ଡା,ସୁବାସିନୀ ପଟ୍ଟନାୟକ,ସୁଜାତା ବିଶୋୟୀ,ସୁନୀଲ ପାତ୍ର,କିରଣ କୁମାର ସାହୁ,ବିକାଶ ପାଣିଗ୍ରାହୀ,ବିଜୟ ପଣ୍ଡା,ଅଶୋକ ଦାଶ,ସୁମନ ଶତପଥୀ,ରବି ନାରାୟଣ ସାବତ,ନୀଳାଞ୍ଚଳ ପଣ୍ଡା,ଗୌରୀ ମହାନ୍ତି,କୈଳାଶ ଜେନା,ଗୌତମ ମହାରଣା,ପ୍ରଂଜ୍ଞାପରିମିତା ପାଢ଼ୀ,ଶିବ ଅଧିକାରୀ,ଟୁଲୁ ମହାରଣା,ସୁଶୀଳା ମଲ୍ଲିକ,ସୂର୍ଯ୍ୟ ନାହାକା,ସନ୍ତୋଷ ପାଣିଗ୍ରାହୀ,ସ୍ୱର ପାଢ଼ୀ,ଶିବ ଶଙ୍କର ମହାରଣା,କୁଞ୍ଜ ବିହାରୀ ପଣ୍ଡା,ବି.ରାଜେନ୍ଦ୍ର ପ୍ରସାଦ,ପ୍ରଦୀପ ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here