କୋଟିପତି ଗଞ୍ଜେଇ ବ୍ୟବସାୟୀ ରଜନୀକାନ୍ତଙ୍କ ଅଚଳାଚଳ ସମ୍ପତି ବାଜ୍ୟାପ୍ତ

0
260

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ଗିରଫ କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକ ର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି କୋଲକାତା ସ୍ଥିତ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ କମ୍ପିଟେଣ୍ଟ ଅଥରୀଟି ।ଗତ ୨୨.୧୦.୨୦୨୧ ରେ ଖୋଜାପଲ୍ଲୀ ବଡଦାଣ୍ଡ ସାହି ରରଜନୀକାନ୍ତ ପଟ୍ଟନାୟକ ନିଜ ସ୍କୁଟି ରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ଚଢ଼ାଉ କରିଥିଲେ ।ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସଦଳ ବଳେ ଅଭିଯୁକ୍ତ ରଜନୀକାନ୍ତ ଙ୍କ ଖୋଜାପଲ୍ଲୀ ଘରେ ଚଢ଼ାଉ କରି ଘର ଭିତରୁ ୩୫ କେଜି ୧୯୦ ଗ୍ରାମ ଗଞ୍ଜେଇ, ୧୦ କେଜି ୧୧୦ ଗ୍ରାମ ଭାଙ୍ଗ ସହ ୮ କେଜି ୫୯୬ ଗ୍ରାମ ସୁନା ଅଳଙ୍କାର ଓ ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ଜବତ କରିଥିଲେ ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୬୪୫/୨୨.୧୦.୨୧ ଅନୁଯାୟୀ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରି ରହିଥିଲା ।ଅଭିଯୁକ୍ତ ରଜନୀକାନ୍ତ ପଟ୍ଟନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ପୋଲିସ ଜେରା ବେଳେ ସ୍ୱୀକାର କରିଥିଲା ରଜନୀକାନ୍ତ ।ବର୍ତ୍ତମାନ ସେକ୍ସନ ୨୫ ଓ ସେକ୍ସନ ୨୯ ଅଫ ଦି ଏନ ଡି ପି ଏସ ଆକ୍ଟ ୧୯୮୫ ଅନୁଯାୟୀ କୋଲକାତା ସ୍ଥିତ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ର ରାଜସ୍ବ ବିଭାଗ କମ୍ପିଟେଣ୍ଟ ଅଥରୀଟି ରଜନୀକାନ୍ତ ,ତାର ଭାଇ କମଳାକାନ୍ତ ପଟ୍ଟନାୟକ, ସରୋଜକାନ୍ତ ପଟ୍ଟନାୟକ,ଭଉଣୀ ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ମାଆ ହରପ୍ରିୟ ପଟ୍ଟନାୟକ ଙ୍କ ନାମରେ ଥିବା ଖୋଜାପଲ୍ଲୀ ଓ ମାଳ ଖୋଜାପଲ୍ଲୀ ରେ ଥିବା ୩୨ ଲକ୍ଷ ୭ ହଜାର ୩୦୪ ଟଙ୍କା ମୂଲ୍ୟ ର ଜମି ।ଭାରତୀୟ ଷ୍ଟେଟ ବ୍ୟାଙ୍କ ଲଂଗଲେଶ୍ୱର ଶାଖା ରେ ଥିବା ଆକାଉଣ୍ଟ ନମ୍ବର ୩୧୩୧୧୯୨୦୦୭୨ ରେ ଜମା ଥିବା ୫ ଲକ୍ଷ ୨୫ ହଜାର ୮୭୯ ଟଙ୍କା ୬୭ ପଇସା, ଛତ୍ରପୁର ଓ ବାଲୁଗାଁ ଶାଖା ରେ ୩ ଲକ୍ଷ ୫ ହଜାର ଟଙ୍କା ର ଥିବା ୪ ଟି ଏଲ ଆଇ ସି ପଲିସି ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।ଜବତ ସୁନା ଅଳଙ୍କାର ର ଦାମ ୪ କୋଟି ୫୨ ଲକ୍ଷ ୧୪ ହଜାର ୯୬୦ ଟଙ୍କା ବୋଲି ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here