ଜିଲ୍ଳା ସ୍ତରୀୟ କବାଡ଼ି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

0
302

ବେଲଗୁଣ୍ଠା: ଆସନ୍ତା ଡିସେମ୍ୱର ପ୍ରଥମ ସପ୍ତାହରେ କ୍ଷତ୍ରିୟବରପୁର ମାଆ ବୁଢାକେନ୍ଦୁ କ୍ରୀଡ଼ା ସଂସଦ ଆନୁକୂଲ୍ୟରେ କ୍ଷତ୍ରିୟବରପୁର ଠାରେ ଏକ ଜିଲ୍ଳା ସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ କ୍ଷତ୍ରିୟବରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଏଥି ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କ୍ଷତ୍ରିୟବରପୁର ସମିତି ସଭ୍ୟା ପ୍ରତିନିଧି ରଙ୍କନିଧି ପରିଛା,ପୂର୍ବତନ ଶାସନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ, ପୂର୍ବତନ ନାଏବ ସରପଞ୍ଚ ସୁଶାନ୍ତ କୁମାର ଗୌଡ଼, କ୍ଷତ୍ରିୟବରପୁର ପଞ୍ଚାୟତ ବିଜେଡ଼ି ସଭାପତି ବଳରାମ ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ I କ୍ରୀଡ଼ା ଶିକ୍ଷକ ଆଶୁତୋଷ କୁମାର ସ୍ଵାଇଁ, ଦୂର୍ଗା ମାଧବ ଶତପଥି, ବିଭୂତି ଭୂଷଣ ପ୍ରଧାନ ଏବଂ ବିକାଶ ପ୍ରମୁଖ କାର୍ଯ୍ୟକ୍ରମର ସୁପରିଚାଳନା ଉପରେ ଆଲୋଚନା କରିଥିଲେ I ବହୁ କ୍ରୀଡପ୍ରେମୀ ଓ କ୍ରୀଡାବିତ୍ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ 9438316675 ଏବଂ 9776164285 ନମ୍ଵର୍ ରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି I
ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here