ଭାରତୀୟ ଜନତା ପାର୍ଟି ର ପଞ୍ଚlୟତ ସ୍ତରୀୟ ସାଙ୍ଗଠନିକ ବୈଠକ

0
249

ଧରାକୋଟ(କାଳୁ ଚରଣ ମହାପାତ୍ର) ଧରାକୋଟ ବ୍ଲକ ଅନ୍ତର୍ଗତ ପୁଟୁ ଶ୍ରୀ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ କୃଷକ ମୋର୍ଚା ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ପତ୍ରୀ ଙ୍କ ନେତୃତ୍ୱ ରେ ଏକ ପଞ୍ଚlୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଭାରତ ର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ବିଭିନ୍ନ ଯୋଜନା କର୍ମୀ ମାନଙ୍କୁ ବୁଝାଇ ବା ସହ ଆଞ୍ଚଳିକ ସମସ୍ୟା ଓ ଦୃନୀତି ବିରୁଦ୍ଧରେ ସ୍ୱର ଉତ୍ତଳନ କରିବା ପାଇଁ ଆହ୍ୱାନ ଦିୟା ଯାଇଥିଲା l ରାସନ କାର୍ଡ ବାର୍ଦ୍ଧକ୍ୟ ଭତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଙ୍କୁ ଚିନ୍ହଟ କରି ତାର ସଦୁପଯୋଗ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ l ଧରାକୋଟ ପଞ୍ଚlୟତ ର ପୃର୍ବତନ ୱାର୍ଡ ସଭ୍ୟ ହରପ୍ରସାଦ ମହାନ୍ତି ଙ୍କୁ ବିଧିବଦ୍ଧ ଭାବେ ବ୍ଲକ ସଭାପତି ରୂପେ ଘୋଷଣା କରା ଯାଇଥିଲା l ଏଥିରେ ପ୍ରଦୀପ କୁମାର ମୁନି ସହଯୋଗ କରି ଥିବା ବେଳେ ଲୋକନାଥ ମୁନି, ସତ୍ୟ ନାରାୟଣ ରାଉତ, ପ୍ରଶାନ୍ତ କୁମାର ସ୍ୱାଇ, ଭୂଷଣ ସ୍ୱାଇ, ଭଗବାନ ବେହେରା, ପିତାମ୍ବର ସେଠୀ, ବାସୁଦେବ ତ୍ରିପାଠୀ, କୃଷ୍ଣ ବେହେରା, ମିଟୁ ମୁନି ଙ୍କ ସମେତ ବହୁ ବିଜେପି କର୍ମୀ ଓ ମହିଳା ମାନେ ଯୋଗ ଦେଇ ଥିଲେ l

LEAVE A REPLY

Please enter your comment!
Please enter your name here