ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ୱାରା ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍‌ଘାଟନ ସହ ବାଉଁଶ ଲୁଣ୍ଡିରେ ପାନୀୟ ଜଳ ପ୍ରକଳ୍ପର ଭୂମିପୂଜନ ଓ ଆଲୋକୀକରଣ

0
383

ଭଞ୍ଜନଗର (ନିଲୁ ବିଷୋୟୀ) ଭଞ୍ଜନଗର ବ୍ଲକର ଡୁମାକୁମ୍ପା ପଞ୍ଚାୟତର ଶାର୍ଦ୍ଦୁଳ, ହାତୀଗୁଡ଼ା ଗ୍ରାମରେ ୨ଶହରୁ ଉର୍ଦ୍ଧ୍ବ ଗୃହ କୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଓ ସାନ କୋଦଣ୍ଡା ପଞ୍ଚାୟତର ମହାଗୁଡ଼ା ଠାରେ ୧୯୦ରୁ ଉର୍ଦ୍ଧ୍ବ ଘରକୁ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ମହାଗୁଡ଼ାରେ ଲୋକଙ୍କ ସୁବିଧା ପାଇଁ ଏକ ଗୋଷ୍ଠୀ କେନ୍ଦ୍ରକୁ ରବିବାର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କ ଜଙ୍ଗଲ,ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନକୁ କରିଛନ୍ତି। ଏହି କାଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ବହୁ ବିଜେଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଏହା ପରେ ମନ୍ତ୍ରୀ ଅପରାହ୍ନରେ ବାଉଁଶଲୁଣ୍ଡି ଠାରେ ଆଗାମୀ ୩୦ବର୍ଷ ପର୍ଯ୍ୟନ୍ତ ଉପଯୁକ୍ତ ପାନୀୟ ଜଳ ପ୍ରକଳ୍ପର ଭୂମି ପୂଜନ ଉତ୍ସବରେ ଯୋଗ ଦେଇଥିଲେ।।ଦୀର୍ଘ ଦିନରୁ ଏଠାରେ ପାନୀୟ ଜଳ ସମସ୍ୟା ରହିଥିବାରୁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୬ହଜାର ଲୋକଙ୍କୁ ପ୍ରତିଦିନ ୭୦ଲିଟର ପାନୀୟ ଜଳ ପାଇପ ଦ୍ୱାରା ବାଉଁଶ ଲୁଣ୍ଡି ଓ ଅଗଝୋଳ ଗ୍ରାମର ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ। ଭଞ୍ଜନଗର ବ୍ଲକର ଏହି ପଞ୍ଚାୟତ ପାଇଁ ସର୍ବାଧିକ ଅର୍ଥ ଏକ କୋଟି ୮୨ଲକ୍ଷ ଟଙ୍କା ବ୍ୟୟ ରେ ଆସନ୍ତା ୬ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିସହ ଲୋହରାଖଣ୍ଡି ନଦୀରୁ ଜଳ ନିଷ୍କାସନ କରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୨ଲକ୍ଷ ଲିଟର ବିଶିଷ୍ଠ ଏକ ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ କରି ନିରନ୍ତର ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଏହି ଅବସରରେ କହିଥିଲେ। ଏହା ପରେ ମନ୍ତ୍ରୀ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବାଉଁଶଲୁଣ୍ଡି ବାଇପାସ ରୋଡ଼ର ବିଜୁ ପଟ୍ଟନାୟକ ଛକ ଠାରୁ ଢୁଢୁଆ ବାଛେଶ୍ୱର ମନ୍ଦିର ରାସ୍ତାର ଆଲୋକୀକରଣ କାର୍ଯ୍ୟର ଶୁଭ ଉଦ୍‌ଘାଟନ କରିଥିଲେ। ବାଉଁଶଲୁଣ୍ଡି ଓ ବଡ଼କୋଦଣ୍ଡା ପଞ୍ଚାୟତର ମିଳିତ ସହଯୋଗରେ ପ୍ରାୟ ୪୩ଟି ଏଲଇଡି ଲାଇଟ ରାସ୍ତା ପାର୍ଶ୍ଵରେ ଲଗାଯାଇଥିବା ଜଣାପଡ଼ିଛି। ଉକ୍ତ କାଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଅନୀଲ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା, ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, କନ୍ଧମାଳ ସାଂସଦ ପ୍ରତିନିଧି ଦିବାକର ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭବାନୀ ଶଙ୍କର ପ୍ରଧାନ, ପୂର୍ବତନ ସରପଞ୍ଚ ଇଂ. ଲିଙ୍ଗରାଜ ପ୍ରଧାନ, ସରପଞ୍ଚ ଶାନ୍ତିଲତା ନାୟକ,ଜିଲ୍ଲା ପରିଷଦ ସଭ୍ୟା ସୁମତି ପ୍ରଧାନ,ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର କର, ଉପ ନିର୍ବାହୀ ଯନ୍ତ୍ରୀ ପଞ୍ଚାନନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।। ସମସ୍ତ କାଯ୍ୟକ୍ରମ କୁ ସାମାଜିକ କର୍ମୀ ଶୂଳପାଣି ଶତପଥି କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here