ପୁରାତନ ସଂଗଠନ କାର୍ଯ୍ୟକାରିଣୀ କମିଟିର ପ୍ରସ୍ତୁତି ବୈଠକ

0
268

ବେଲଗୁଣ୍ଠା(ଶିବରାମ ଚୌଧୁରୀ ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସଂଗଠନର କାର୍ଯ୍ୟକାରିଣୀ କମିଟି ସଦସ୍ୟ ସଦସ୍ୟାଙ୍କ ଏକ ପ୍ରସ୍ତୁତି ବୈଠକ ବିଦ୍ୟାବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି I କମିଟି ଅଧ୍ୟକ୍ଷ ଗୋରାଚାନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟି ଉପଦେଷ୍ଟା ପ୍ରାଧ୍ୟାପକ ଡକ୍ଟର୍ ରାଜେନ୍ଦ୍ର ଡାକୁଆ,ବି.ଗୋବିନ୍ଦ ରାଓ, ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ତିନି ଉପସଭାପତି ପ୍ରହଲ୍ଲାଦ ଲେଙ୍କା, ଆରତୀ ପାତ୍ର, ଶିଶିର କୁମାର ସ୍ୱାଇଁ, ସମ୍ପାଦକ ଦିବ୍ୟଲୋଚନ ବିଶ୍ୱାଳ, ସହସମ୍ପାଦକ ଚିନ୍ମୟ ପୋଲାଇ, କୋଷାଧ୍ୟକ୍ଷ ରାମ ଚନ୍ଦ୍ର ମହାନ୍ତି, ସଦସ୍ୟ ତରଣୀସେନ୍ ସେଠୀ, ରମେଶ ଚନ୍ଦ୍ର ସାହୁ, ମୂନେନ୍ଦ୍ର ପରିଡ଼ା, ଗୋପାଳ କୃଷ୍ଣ ସ୍ୱାଇଁ, ଅଜୟ ସାହୁ ଏବଂ ଛାୟାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ପୁରାତନ ଛାତ୍ର ସଂଗଠନର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମ ଆରମ୍ଭରେ ମହାବିଦ୍ୟାଳୟର ଦିବଂଗତ ଅଧ୍ୟକ୍ଷ ଅମୂଲ୍ୟ ଦାସ ଏବଂ ଅଧ୍ୟାପକ ଡକ୍ଟର୍ ପ୍ରଦୀପ କୁମାର ତ୍ରିପାଠିଙ୍କ ସ୍ମୃତିରେ ଦୁଇ ମିନଟ୍ ନୀରବ ପ୍ରାର୍ଥନା କରାଯାଇଥିଲା I ପରବର୍ତ୍ତୀ ପର୍ଯ୍ୟାୟରେ ସହ ସମ୍ପାଦକ ଚିନ୍ମୟ ପୋଲାଇ ଗତ ବୈଠକର ବିବରଣୀ ପାଠ କରିବା ପରେ ସ୍ଵର୍ଗତ ଅଧ୍ୟକ୍ଷଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା I ଏହି ଅବସରରେ ସ୍ଵର୍ଗତ ଅଧ୍ୟକ୍ଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ସ୍ମରଣିକା ଉନ୍ମୋଚନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ, ଫଟୋ ପ୍ରଦର୍ଶନୀ ,ରକ୍ତଦାନ ଶିବିର ଆୟୋଜନ କରିବା ସମ୍ପର୍କରେ ଆଲୋଚନା କରାଯିବା ସହିତ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା I ଏହାସହିତ ଆଲୁମିନି ସଦସ୍ୟ ଓ ସମ୍ବଳ ବୃ୍ଦ୍ଧି ସହିତ ଶ୍ରାଦ୍ଧବାର୍ଷିକୀର ପାଳନର ସମୟ ଉପରେ ଆଲୋଚନା କରାଯାଇଥିଲା I ଏହି ଅବସରରେ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହୋଇଥିବା ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ କାର୍ଯ୍ୟକାରିଣୀ କମିଟି ଉପସଭାପତି ଶିଶିର କୁମାର ସ୍ୱାଇଁଙ୍କୁ ପୁରାତନ ଛାତ୍ର ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ପରିଶେଷରେ ଉପସଭାପତି ପ୍ରହଲ୍ଲାଦ ଲେଙ୍କା ଧନ୍ୟବାଦ ଜ୍ଞାପନ କରିଥିଲେ I

LEAVE A REPLY

Please enter your comment!
Please enter your name here