ବ୍ରହ୍ମପୁର ବିମାନ ବନ୍ଦର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ:ଆଇନଜୀବୀ ଅବନୀ ଗୟା

0
331

ବ୍ରହ୍ମପୁର() ଶିକ୍ଷା, ସ୍ୱାସ୍ଥ୍ୟ ଚିକିତ୍ସା, ବାଣିଜ୍ୟରେ ସୁନାମ ଅର୍ଜିଥିବା ଦକ୍ଷିଣଓଡିଶାର ମୁଖ୍ୟ ବ୍ରହ୍ମପୁର ସହରରେ ଥିବା ରଙ୍ଗାଇଲୁଣ୍ଡା ଏୟାରଷ୍ଟ୍ରିପ ର ସମ୍ପ୍ରସାରଣ କଥା ଦୀର୍ଘ କୋଡିଏ ବର୍ଷରୁ କହି କହି ଶେଷରେ କେନ୍ଦ୍ରସରକାରଙ୍କ ଉଡାନ ଯୋଜନା ପାଇଁ ମଧ୍ୟ ଓଡିଶା ରାଜ୍ୟ ସରକାର ବ୍ରହ୍ମପୁରରେ ବିମାନ ବନ୍ଦର ସ୍ଥାପନ ନେଇ କୌଣସି ପ୍ରସ୍ତାବ ରଖିନାହାନ୍ତି ଅଥଚ ବ୍ରହ୍ମପୁର ସାଂସଦ ବ୍ରହ୍ମପୁରଠାରେ ବିମାନ ବନ୍ଦର ହେବ ବୋଲି ପ୍ରେସବିବୃତି ଦେବା କେତେ ଯୁକ୍ତିଯୁକ୍ତ ! ତାହା ବ୍ରହ୍ମପୁରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି l ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲବାସୀଙ୍କ ଦାବି ପ୍ରତି ଚରମ ଅବହେଳା ଓ ବୈମାତୃକ ମନୋଭାବ ବିରୁଦ୍ଧରେ ଜିଲ୍ଲାରେ ଏକ ପ୍ରକାର ନୈରାଶ୍ୟଭାବ ସୃଷ୍ଟି ହୋଇଛି ଓ ବ୍ରହ୍ମପୁର ବିମାନ ବନ୍ଦର ନେଇ ଆନ୍ଦୋଳନ ଜୋର ଧରିଛି l ସହରର ଜଣାଶୁଣା ବୁଦ୍ଧିଜୀବୀ ଓ ଗଣସଂଗଠନ ମାନେ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନଠୁ ଆରମ୍ଭକରି ମାନବ ଶୃଙ୍ଖଳ, ପଥପ୍ରାନ୍ତ ସଭା, ବିକ୍ଷୋଭ ପ୍ରଦର୍ଶନ,ଶୋଭାଯାତ୍ରା,ବ୍ୟାନେର ଦସ୍ତଖତ, ଘରକୁ ଘର ବୁଲି ସ୍ମାରକପତ୍ରରେ ଦସ୍ତଖତ ସଂଗ୍ରହ ଆଦି ଆନ୍ଦୋଳନlତ୍ମକ ଓ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିପାରିଛନ୍ତି l ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ନିର୍ବାଚନୀ କ୍ଷେତ୍ରରେ ଆୟୋଜିତ ଜନସଭା ଓ ପୋଷ୍ଟକାର୍ଡ ଅଭିଯାନକୁ ଅଭୁତପୂର୍ବ ଜନ ସମର୍ଥନ ମିଳିବାପରେ ରାଜ୍ୟସରକାରଙ୍କ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଯାଇଛି l ସ୍ଥାନୀୟ ସାଂସଦ ଓ ବିଧାୟକ ଜେନତେନପ୍ରକାରେ ଜନଅସନ୍ତୋଷକୁ ବିଭ୍ରାନ୍ତ କରି ଦବାଇଦେବା ଉଧେଶ୍ୟରେ ଦେଇଥିବା ପ୍ରେସବିବୃତି ଆଦୌ ଗ୍ରହଣୀୟ ନୁହଁ l ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଛନ୍ତି ବୋଲି ସାଂସଦ ମହୋଦୟ ବିବୃତି ଦେବା ଏକ ବିଭ୍ରାଂତିମୂଳକ ! ସାଂସଦ ମହୋଦୟ ଜିଲ୍ଲା ପ୍ରଶାସନର ମୁଖପାତ୍ର କି! ବୋଲି ଆଇନଜୀବୀ ଅବନୀ ଗୟା ପ୍ରଶ୍ନ କରିଛନ୍ତି l ଜିଲ୍ଲା ପ୍ରଶାସନ ନିରବ ରହିବାର କାରଣ କଣ ! ବ୍ରହ୍ମପୁର ବିମାନ ବନ୍ଦର ନେଇ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗ ସହ ଓଡିଶା ରାଜ୍ୟ ସରକାର କି କି ପତ୍ର ବିନିମୟ କରିଛନ୍ତି, ତାହା ସାର୍ବଜନୀନ କରିବାପାଇଁ ଅବନୀ ଗୟା ଦାବିକରିଛନ୍ତି l

LEAVE A REPLY

Please enter your comment!
Please enter your name here