ଛନ୍ଦା ହାଣ୍ଡି ଠାରୁ ନବରଙ୍ଗପୁର କୁ ଚାଷୀଙ୍କ ପଦଯାତ୍ରା ହେବାର କାର୍ଯ୍ୟକ୍ରମ ଚୁଡାନ୍ତ

0
240

ନବରଙ୍ଗପୁର(କ୍ରିଷ୍ଣା ସାହୁ ) ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୫୦ କିମି ଏକ କିଷାନ୍ ପଦଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି।ଏନେଇ ଚାଷୀ ମାନଙ୍କୁ ନେଇ ଏକ ପ୍ରସୂତି ବୈଠକ ଚକାମାଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଆସନ୍ତା ୩ ତାରିଖ ଠାରୁ ସକାଳ ୮ ଘଣ୍ଟା ଠାରୁ ଏହି ପଦଯାତ୍ରା ଚନ୍ଦାହାଣ୍ଡି ଲେମ୍ପ୍ପ ଠାରୁ ଆରମ୍ଭ ହୋଇ ଝରିଗାଁ,ଉମରକୋଟ , ଡାବୁଗାଁ, ପାପଡାହାଣ୍ଡି ଦେଇ ବିଭିନ୍ନ ଗ୍ରାମ ରେ ରହଣି କରି ୮ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳ ଅଫିସ୍ ଠାରେ ପହଞ୍ଚି ଏ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଏ ନେଇ ଏକ ସ୍ମାରକ ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦାବି ନେଇ ଅନୁଷ୍ଠିତ ଏହି ପଦଯାତ୍ରା ରେ ଚନ୍ଦାହାଣ୍ଡି ମଣ୍ଡି ଦୁର୍ନୀତି,ଜଙ୍ଗଲ ଜମି ପଟ୍ଟା ର ଅଧିକାର,ମଣ୍ଡି ଦୁର୍ନୀତି ରେ ଜଡ଼ିତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ,ମଣ୍ଡି ରୁ ସମସ୍ତ ଚାଷୀ ଙ୍କ ଧାନ ଉଠିବା ଓ ଧାନ ବିକ୍ରି କରି ପଇସା ପାଇ ନଥିବା ଚାଷୀ ଶୀଘ୍ର ପଇସା ପ୍ରଦାନ ଆଦି ଦାବି ଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି। ଆଜିର ଏହି ପ୍ରସୂତି ବୈଠକ ରେ ପଦଯାତ୍ରା ର ଆବାହକ ତଥା ଚାଷୀ ନେତା କ୍ଷେମ ରାଜ ବାଘ ଙ୍କ ସମେତ ଡମ୍ବରୁ ହରିନା, ହୁମେଶ୍ବର ହଂସ,ନାରାୟଣ ହଂସ, ମଣି ରାମ ମାଝୀ,ପରବେ କଟା,ବଳି କଟା,ଗୁରୁ କେତକୀ,ନାରଦ ହଂସ,କୃଷ୍ ବାଘ,ସିନ୍ଦୂର ଲାଲ୍ ମାଝୀ,ନିରଞ୍ଜନ ମାଝୀ, ଟଙ୍କ ହଂସ,ଚନ୍ଦ୍ର ବନ୍ଦୀ ଛୋଡ,ରାମ ହଂସ ପ୍ରମୁଖ ଉପସ୍ଥିତ ରହି ଏହା ସମ୍ପୂର୍ଣ ଚାଷୀ ଓ ଅଣ ରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାରୁ ଚାଷୀ ଙ୍କ ବୃହତ୍ ସ୍ବାର୍ଥ ଦୃଷ୍ଟି ରୁ ଦଳ ମତ ନିର୍ବିଶେଷରେ ସମସ୍ତେ ଯୋଗଦାନ କରିବାକୁ ଆହ୍ବାନ କରିଥିଲେ।

LEAVE A REPLY

Please enter your comment!
Please enter your name here