ଏମ୍ କେ ସି ଜି ମେଡିକାଲରେ ଲାଗିଲା ଦୁଇଟି ଏଲ ଇ ଡି ଡିସ୍ପଲେ ବୋର୍ଡ଼; ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା।

0
639

ବ୍ରହ୍ମପୁର,୦୯/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ପ୍ରମୁଖ ଡାକ୍ତରଖାନା ଗୁଡିକରେ ମୋଟ ୧୨ଟି ଏଲ ଇ ଡି ଡିସ୍ପଲେ ବୋର୍ଡ଼ ସ୍ଥାପନ କରାଯାଇଛି। ସେଥି ମଧ୍ୟରୁ ବ୍ରହ୍ମପୁର ସ୍ଥିତ ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫେରାଲ ହସ୍ପିଟାଲ ଏମ୍ କେ ସି ଜି ମେଡିକଲର କାଜୁଆଲଟି ଓ ଓପିଡ଼ି ନିକଟରେ ଏହିଭଳି ଦୁଇଟି ଏଲ ଇ ଡି ବୋର୍ଡ଼ ଲଗାଯାଇଛି।ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଅନ ଲାଇନରେ ଉଦଘାଟନ କରିଥିଲେ।

ଏହି ଇଲେକ୍ଟ୍ରୋନିକ ଏଲ ଇ ଡି ବୋର୍ଡ଼ ଜରିଆରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ମନେ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ଦିନରାତି ପାଇପାରିବେ। ଫଳରେ ଏହା ସର୍ବସାଧାରଣଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିବ ବୋଲି ଡାକ୍ତରଖାନାର ଡିନ ପ୍ରଫେସର ଡାକ୍ତର ରାଧାମଧଵ ତ୍ରିପାଠୀ ଓ ଅଧିକ୍ଷକ ପ୍ରଫେସର ଡାକ୍ତର ଚରଣ ପଣ୍ଡା ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here