ଗଞ୍ଜେଇ ସହ ବାଇକ ଜବତ , ଜଣେ ଗିରଫ

0
359

କୋଷାଗୁମୁଡା( ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚାଲାଣ ମାମଲାରେ ଜଣେ ଆସାମୀକୁ ଆଜି କୋଷାଗୁମୁଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଆସାମୀ ଜଣକ କୋଟପାଡ଼ ଥାନା ଶିରିସି ଗ୍ରାମର ପର୍ଶୁରାମ ମାଝୀ (୩୩) ।ମିଳିଥିବା ସୂଚନା ଅନୁଯାୟୀ କୋଷାଗୁମୁଡ଼ା ପୋଲିସ ଆଜି ସକାଳ ପ୍ରାୟ ୫ ଘଣ୍ଟା ସମୟରେ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଦାଡିଆଗୁଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଇନ୍ଦ୍ରାବତୀ ନଦୀଘାଟ ନିକଟରୁ ଏକ ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ସନ୍ଦେହ କରିଥିଲା । ବାଇକ କୁ ଅଟକାଇବା ପରେ ପୁଲିସ ଯାଞ୍ଚ କରିବାରୁ ପର୍ଶୁରାମ ଠାରୁ ପ୍ରାୟ ୫୪ କିଲୋ ୨୫୦ ଗ୍ରାମ ଗଞ୍ଜେଇ ସହ ଗ୍ରୀନ କାର୍ଡ, ଏଟିଏମ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ ଜବତ କରିବା ପରେ ଆଜି ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ସହ ବାଇକ କୁ ପୁଲିସ ଜବତ କରିଥିବା କୋଷାଗୁମୁଡ଼ା ଥାନା ଅଧିକାରୀ ନଟବର ନନ୍ଦ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here