ଅବକାରୀ ଚଡାଉ , ୪ ଗିରଫ , ବହୁ ସାମଗ୍ରୀ ଜବତ

0
381

କୋଷାଗୁମୁଡା( ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଓ କୋଡ଼ିଙ୍ଗା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ନେତୃତ୍ୱ ରେ ଆଜି ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରାଯାଇ ୩ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣକୁ ବ୍ୟକ୍ତିଗତ ମିଚାଳିକାରେ ଛାଡି ଦିଆଯାଇଛି । ୪ ଜଣ ଆସାମୀ ହେଲେ ଗୋବର୍ଦ୍ଧନ ଭତ୍ରା, ଦୁର୍ଯ୍ୟୋଧନ ବିଶୋଇ, ଦେବକୀ ଭତ୍ରା ଓ ଡମୁ ବିଶୋଇ । ଆଜି କୋଡ଼ିଙ୍ଗା ଅବକାରୀ ବିଭାଗ ପକ୍ଷରୁ ବଡନାୟକଗୁଡା, ମୁଣ୍ଡାଗୁଡ଼, ସର୍ଗିଗୁଡା, ଚିର୍ମା, ଡଙ୍ଗାଛୁଆଁ ଅଞ୍ଚଳରେ ଚଢ଼ାଉ କରାଯାଇ ଗୋଟିଏ ମଟର ସାଇକେଲ, ୯୪ ଲିଟର ଦେଶୀ ରନ୍ଧା ମଦ, ୧୨୫୦ କିଲୋ ମହୁଲପଚ କୁ ଜବତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଚଢ଼ାଉ ସମୟରେ ଅବକାରୀ ନିରୀକ୍ଷକ ସମେତ କୋଡ଼ିଙ୍ଗା ଏସଆଇ ବିଜୟ ଭୂଷଣ ନାୟକ, ଏଏସଆଇ ଜଗବନ୍ଧୁ ଜାନୀ, ଆକ୍ରମ ଖାଁ, ଦେବେନ୍ଦ୍ର ସମରଥ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here