ପୋଖରୀ ହୁଡାରେ ଖେଳ ହେଲା କାଳ ;ବୁଡିଗଲା ୪ ବର୍ଷର ଶିଶୁପୁତ୍ର; ଦିନକ ପରେ ମୃତ ଦେହ ଉଦ୍ଧାର

0
293

କବିସୂର୍ଯ୍ୟନଗର(ଦେବାଶିଷ ମହାରଣା) ପୋଖରୀ ହୁଡା ରେ ଖେଳୁଥିବା ବେଳେ ହଠାତ୍ ପାଣି ଭିତରକୁ ପଶିଗଲା ୪ ବର୍ଷର ଶିଶୁପୁତ୍ର। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆମ୍ବିଳାପଲ୍ଲୀ ଗ୍ରାମରେ ଏଭଳି ଏକ ଦୁଃଖଦ ତଥା ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ସୂଚନା ମୁତାବକ ଗତ କାଲି ଅପରାହ୍ନରେ ମୃତ ଶିଶୁ ଭୋଳାନାଥ ଗାଁ ପୋଖରୀ ହୁଡା ରେ ଖେଳୁଥିବା ସମୟରେ ହଟାତ ପୋଖରୀ ଭିତରକୁ ଖସିଯାଇଥିଲା ।ତେବେ ପୁଅକୁ ଗତକାଲି ବହୁତ ଖୋଜା ଖୋଜି ପରେ ମଧ୍ୟ ପାଇନଥିଲେ ପରିବାର ଲୋକ।ଆଜି କବିସୂର୍ଯ୍ୟ ନଗର ଅଗ୍ନିଶମ ବିଭାଗ କୁ ଜଣାଇବା ପରେ ଅଗ୍ନିଶମ ବିଭାଗ ପୋଖରୀରେ ଦୀର୍ଘ ଦୁଇ ଘଣ୍ଟାର ଅପରେସନ ପରେ ଭୋଳାନାଥ ର ମୃତ ଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ |ଏହିଭଳି କରୁଣ ଦୃଶ୍ୟକୁ ଦେଖି ମୃତ ଭୋଳାନାଥ ର ବାପା ମା ଅଚେତ ହୋଇ ପଡ଼ିଯାଇଥିଲେ ।ଆମ୍ବିଳାପଲ୍ଲୀ ଗ୍ରାମରେ ଏହି ଖବର ପ୍ରସାର ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ମୃତ ଭୋଳାନାଥକଂ ବାପା ମହନ୍ତର ଙ୍କ ତିନୋଟି ସନ୍ତାନ ସେଥି ମଧ୍ୟରୁ ଦୁଇଟି ଝିଅ ଗୋଟିଏ ପୁଅ କିନ୍ତୁ ଆଜି ସେ ଗୋଟିଏ ପୁଅର ମୃତ୍ୟୁ ହେବାପରେ ବାପା ମା ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here