ଐତିହାସିକ ଜଉଗଡ ମହୋତ୍ସବ କୁ ଭିଡିଓ କନଫରସିଂ ଜରିଆରେ ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

0
323

ବ୍ରହ୍ମପୁର(ଦେବାଶିଷ ମହାରଣା) ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ଗଡ଼ ଜଉଗଡ଼ ମହୋତ୍ସବକୁ ଭିଡିଓ କନଫରସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏଥିରେ ଗଂଜାମ ଜିଲ୍ଲାର ଦୁଇ ସାଂସଦ ଙ୍କ ସମେତ ଜିଲ୍ଲାପାଳ ଓ ସମସ୍ତ ବିଧାୟକ ଯୋଗଦେଇଥିଲେ । ଵ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ଆସିକା ସାଂସଦ ପ୍ରମିଳା ବିଷୋୟୀ ଏହାକୁ ଉଦଘାଟନ କରିଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଵ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ବେହେରା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ କଳାକାର ଯୋଗଦେଇ ଦର୍ଶକଙ୍କ ମନୋରଞ୍ଜନ କରିବା ସହିତ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଙ୍କ ସଙ୍ଗୀତ ଦର୍ଶକ ଙ୍କ ମନ ମୋହିଥିଲା ।

LEAVE A REPLY

Please enter your comment!
Please enter your name here