ରମ୍ଭା ଥାନା ଅନ୍ତର୍ଗତ କେଉଟ ସାହିରେ ଜଣେ ଯୁବକ ଙ୍କୁ ପିଟିପିଟି ହତ୍ୟା ! ଜଣେ ଅଟକ

0
293

ରମ୍ଭା:(ଦେବାଶିଷ ମହାରଣା) ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କେଉଟ ସାହିରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି ! ମୃତକ ଜଣଙ୍କ ହେଲେ ହୁମ୍ମା ବଡ ସାହିର ଦଣ୍ଡପାଣି ବିଶ୍ୱାଳ | ସୂଚନା ଅନୁସାରେ ଦଣ୍ଡପାଣି ଗତକାଲି ରାତିରେ ଶୌଚ ହେବା ପାଇଁ ଯାଇ ଆଉ ଫେରି ନଥିଲେ | ସକାଳୁ ତାଙ୍କ ଶବ ଟି କେଉଟ ସାହି ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା | ଏ ସଂକ୍ରାନ୍ତ ରେ ଖବର ପାଇ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି |ଉକ୍ତ ଘଟଣା ଟି ହୁମ୍ମା ଫାଣ୍ଡି ରୁ ମାତ୍ର ଦୁଇ ସହ ମିଟର ଦୂରରେ ଘଟିଥିବା ବେଳେ, ମୃତ୍ୟ ର କାରଣ ଜଣା ପଡ଼ିନାହିଁ |ମୃତ ଦେହ ନିକଟରୁ ଏକ କାଠ ଫାଳିଆ ଜବତ କରାଯାଇଛି | ଦଣ୍ଡପାଣି ଙ୍କ ଶବକୁ ବ୍ୟବଛେଦ ପାଇଁ ପଠା ଯାଇଥିବା ବେଳେ ପୋଲିସ ଘଟଣା ରେ ଜଣଙ୍କୁ ଅଟକ ରଖି ଖୋଳତାଡ଼ ଆରମ୍ଭ କରିଛି |

LEAVE A REPLY

Please enter your comment!
Please enter your name here