ମୁଖ୍ୟମନ୍ତ୍ରୀ କଳାକାର ଯୋଜନା ଅନୁସାରେ ଦିଗପହଣ୍ଡି ବ୍ଳକର ୬୩ କଳାକାରଙ୍କୁ ଅଗ୍ରୀମ ଭତ୍ତା ପ୍ରଦାନ

0
347

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ମୁଖ୍ୟମନ୍ତ୍ରୀ କଳାକାର ଯୋଜନା ଅନୁସାରେ ଏଠାରେ ବାସ କରୁଥିବା ୬୩ ଜଣ କଳାକାରଙ୍କୁ ଆଗୁଆ ୪ ମାସର କଳାକାର ଭତ୍ତା ବଣ୍ଟନ କରାଯାଇଛି । ସାରା ରାଜ୍ୟରେ କରୋନା ସଂକ୍ରମଣର ଭୟାବହତାକୁ ମହତ୍ତ୍ୱ ଦେଇ ରାଜ୍ୟ ସରକାର ଗରିବ,ଅସହାୟମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ କଳାକାରମାନଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦତ୍ତ ଅନୁଦାନ ଅର୍ଥରାଶି ମଞ୍ଜୁର ହୋଇଥିଲା । ଆଜି ସକାଳୁ ଦାୟିତ୍ୱରେ ଥିବା ବ୍ଲକ ପ୍ରଗତି ସହାୟକ ତଥା ଭାରପ୍ରାପ୍ତ ଜିପିଓ ଉମେଶ ସେଠୀ ତାଲିକାଭୁକ୍ତ କଳାକାରମାନେ ରହୁଥିବା ଗ୍ରାମର ଘର ଘର ବୁଲି ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ମାସିକ ୧୨୦୦ଟଙ୍କା ହିସାବରେ ପ୍ରତ୍ୟେକ କଳାକାରଙ୍କୁ ୪ମାସର ସମୁଦାୟ ୪୮୦୦ଟଙ୍କା ପ୍ରଦାନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here