ସାମାଜିକ ଅନୁଷ୍ଠାନ ବିକାଶ ପକ୍ଷରୁ ବେଳାଭୂମି ସଫେଇ ଓ ବୃକ୍ଷରୋପଣ

0
237

ବ୍ରହ୍ମପୁର: ବିଶ୍ୱ ବେଳାଭୂମି ସ୍ୱଚ୍ଛତା ଦିବସ ଅବସରରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିକାଶ ତରଫରୁ ବିଜୟ କୁମାର ସ୍ଵାଇଁଙ୍କ ଅଦ୍ଧକ୍ଷତାରେ ଗୋପାଳପୁର ବେଳାଭୂମି ଠାରେ ବେଳାଭୂମି ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏହି ସଫେଇ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରାୟ ଶତାଧିକ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ରହି ପ୍ରାୟ ଏକ କିଲମିଟର ବେଳା ଭୂମି ସଫେଇ କରିଥିଲେ ଓ ଏହି କାର୍ଯ୍ୟ ଆଗାମୀ ଦିନରେ ଚାଲୁ ରହିବ ବୋଲି ଅନୁଷ୍ଠାନର ବହୁ ସଦସ୍ୟ ମତବ୍ୟକ୍ତ ରଖିଥିଲେ। ପରବର୍ତ୍ତୀ ସମୟରେ ଗୋପାଳପୁର ବେଳାଭୂମି ସହ ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ବେଳାଭୂମି ସଫେଇ କାର୍ଯ୍ୟ କରାଯିବ ବୋଲି ମଧ୍ୟ ମତ ରଖିଥିଲେ। ପରେ ବୃକ୍ଷ ହିଁ ଜୀବନ ଓ ବହୁ ନାରା ଦେଇ ମାଣ୍ଡିଆପଲି ଡ଼ିଫେନ୍ସ କଲୋନୀ ଠରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମରେ ବିକାଶ ଅନୁଷ୍ଠାନର ସଭାପତି ବିଜୟ କୁମାର ସ୍ଵାଇଁ, ବିଷ୍ଣୁ ପ୍ରସାଦ ପଣ୍ଡା,ନାରାୟଣ ମହାଙ୍କୁଡ,ମହେଶ୍ଵରସେଠୀ,ଡଃ ରାଧାମୋହନ ସାହୁ,ପ୍ରମୋଦ ବିଷୋୟି,କୁଞ୍ଜ ବିହାରୀ ନାୟକ,ନାଗେଶ୍ଵର ପୃଷ୍ଟି,ବନମାଳୀ ପ୍ରଧାନ,ଜଗନ୍ନାଥ ପ୍ରଧାନ,କୁରେଶ ପଣ୍ଡା,କୁନାଲ ସାହୁ, ରମେଶ ବେହେରା,କେଦାରନାଥ ଜେନା,ଡ଼ି ସିମାଞ୍ଚଳ,ଶିବରାମ ପ୍ରଧାନ,ଏମ ପରମାନନ୍ଦ ରେଡ଼ି,ପି ସିବା,ରଙ୍ଗେଇଲୁଣ୍ଡା ସମିତିସଭ୍ୟ ପିଣ୍ଟୁ ଗୌଡ,ସନ୍ତୋଷ ରେଡ଼ି,ବିକାଶ କୁମାର ଗୌଡ,ଶିବ ଶଙ୍କର ବେହେରା,ସିମାଞ୍ଚଳ ସାହୁ,ବୃନ୍ଦାବନ ଗୌଡ,ବି ରାଜେୟା ରେଡ଼ି,ବଦ୍ୟନାଥ ସାହୁ,ଶଙ୍କର ପାଢୀ,ସିମାଞ୍ଚଳ ଆଚାର୍ଯ୍ୟଙ୍କ ସମେତ ବହୁ ସାମାଜିକ କର୍ମୀ ଓ ବିକାଶର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here