“ରନ୍ ଫର୍ ହୋପ୍” ଦେଶରେ ଭାଇଚାରା ସୃଷ୍ଠି କରିବା ପାଇଁ ଦୌଡ଼ିଲେ ରାଜସ୍ଥାନ  ଝିଅ ଅଲଟ୍ରାରନର୍ ସୁଫିଆ ଖାନ୍ ।

0
243

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ରାଜସ୍ଥାନ ଅଜମେର୍ ର ଜଣେ ଅଲଟ୍ରା ରନର୍ ସୁଫିଆ ଖାନ୍ । ୩୪ ବର୍ଷୀୟା ସୁଫିଆ ମାନବିକତା ଏବଂ ଶାନ୍ତି ପାଇଁ ଦୌଡ଼ିବା ଏବଂ ଭାରତରେ ସକରାତ୍ମକତାର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଦିଲ୍ଲୀ, ମୁମ୍ବାଇ, ଚେନାଇ, କୋଲକାତା ପରେ ଦିଲ୍ଲୀ ପର୍ଯ୍ୟନ୍ତ  ଦିର୍ଘ ୬ ହଜାର କିଲୋମିଟର ଦୌଡ଼ ଅଭିଯାନ ଆରମ୍ଭ କରିଛନ୍ତି ।  ‘ରନ୍ ଫର୍ ହୋପ୍’ ମାନବିକତା ଏବଂ ଶାନ୍ତିର ବାର୍ତ୍ତା ବିସ୍ତାର କରିବା ଏବଂ ବିଭିନ୍ନ ସଂସ୍କୃତି  ଏବଂ ଅଞ୍ଚଳର ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ  ଏବଂ ଆମେ ମଣିଷ ଭାବରେ ଅ‍ାମର ମୂଲ୍ୟବୋଧ, ସଂସ୍କୃତି , ମାନବିକତା, ଭାଇଚାରା ହରାଉଛୁ ତା ସହ ପରସ୍ପରକୁ ସମ୍ମାନ ଦେବା ଏବଂ ଭାରତର ଲୋକଙ୍କ ମଧ୍ୟରେ ସକରାତ୍ମକତା ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରିଛନ୍ତି ସୁଫିଆ । ଆଜି ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥ ଦେଇ କୋଲକାତା ଅଭିମୁଖେ ଯାଉଥିବା ବେଳେ ଦେଶରେ ଭାଇଚାରା ସୃଷ୍ଟି କାରିବା ପାଇଁ ସେ ଏହି ଦୌଡରେ ବାହାରିଛନ୍ତି । ଏହି ଦୌଡକୁ ୧୩୫ ଦିନରେ ଶେଷ କାରିବାପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ସେ ଏହାକୁ ୧୨୦ ଦିନରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି  । ଏହା ଆଗକୁ ଗିନିଜ ବୁକ ଅଫ ରେକର୍ଡ କରିବ ବୋଲି ସୁଫିଆ କହିଛନ୍ତି । ସୁଫିଆ ୨୦୧୮ ମସିହାରେ ୧୬ ଦିନରେ  ୭୨୦ କିଲୋମିଟର ଦୌଡ଼ି ଦେଶର ପ୍ରଥମ ମହିଳା ଧାବକ ଭାବେ ଇଣ୍ତିଆନ୍ ବୁକ୍ ଅଫ୍ ରେକର୍ଡ ରେ ସାମିଲ ହୋଇଥିଲେ । ସେ ରାଜସ୍ଥାନର ଅଜମେର୍ ସହର ରେ ଏକ ମଧ୍ୟବିତ ପରିବାର ରେ ଜନ୍ମଲାଭ କରିଥିଲେ । ସୁଫିଆଙ୍କ ୧୬ ବର୍ଷ ବୟସରେ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ପରେ ମାଆଙ୍କ ଉପରେ ସବୁ ପରିବାରର ବୋଝ ପଡ଼ିଥିଲା । ମାଆଙ୍କୁ ସାହାର୍ଯ୍ୟ କରିବା ପାଇଁ ଏକ ଏୟାରଲାଇନ କମ୍ପାନୀରେ ଚାକିରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ପରେ ସୁଫିଆ ଦୌଡ଼ିବା ସହ ମାନବିକତା ଏବଂ ଦେଶରେ ଶାନ୍ତି ପାଇଁ ଚାକିରୀ ଛାଡ଼ିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here