ସାମ୍ବାଦିକ ସ୍ୱର୍ଗତ ଦିବାକର ପାଣ୍ଡିଙ୍କ ପରିବାରକୁ ଭେଟିଲେ ଓଡିଶା ସାମ୍ବାଦିକ ସଂଙ୍ଘର ଜିଲ୍ଲା ସଭାପତି ଓ ସମ୍ପାଦକ

0
274

କୋଦଳା(ଦେବାଶିଷ ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ତଥା କୋଦଳା ଏନଏସି ର କାର୍ଯ୍ୟରତ ଓଡିଶା ଏକ୍ସପ୍ରେସ ସାମ୍ବାଦିକ ଦିବାକର ପାଣ୍ଡି ଚଳିତ ମାସ ଏଗାର ତାରିଖରେ ଦେହାନ୍ତ ହୋଇଥିଲା | ସାମ୍ବାଦିକ ଦିବାକର ପାଣ୍ଡିଙ୍କ ପରିବାରକୁ ଓଜେୟୁ ( ଓଡିଶା ସାମ୍ବାଦିକ ସଂଙ୍ଘ )ର ଗଞ୍ଜାମ ଜିଲ୍ଲା ସଭାପତି ରବୀନ୍ଦ୍ର ପଟ୍ଟନାୟକ,ସମ୍ପାଦକ ବିଷ୍ଣୁ କେଶରୀ ଆଚାର୍ଯ୍ୟ, କୋଦଳା ସାମ୍ବାଦିକ ସଂଙ୍ଘର ସଭାପତି ଭଗବାନ ପାଢ଼ୀ ଭେଟିବା ସହ ଭଗବାନ ପାଢ଼ୀ ଙ୍କ ନେତୃତ୍ୱ ରେ କୋଦଳାର କାର୍ଯ୍ୟରତ ସାମ୍ବାଦିକ ଉମା ମହାରଣା, ରାକେଶ ମହାରଣା, ପୁର୍ଣଚନ୍ଦ୍ର ନାୟକ, ବାପୁନି କୁମାର ମାଲୁ,ସୂର୍ଯ୍ୟନାରାୟଣ ବଡୁ ପ୍ରମୁଖ ଉପସ୍ଥିତ ଥିଲେ | ଦିବାକର ପାଣ୍ଡୀଙ୍କ ପରିବାରଙ୍କୁ ଭେଟି ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ଦୁଇ ମିନଟ ନିରବ ପାର୍ଥନା କରିଥିଲେ | ଦିବାକର ପାଣ୍ଡି ଙ୍କ ପରିବାରଙ୍କୁ ତିନି ବର୍ଷ ପାଇଁ ପେନସନ ଦେବାକୁ ପ୍ରତିଶୁତି ଦେବାସହ ପ୍ରଥମ ମାସର ପେନସନ ପ୍ରଦାନ କରିଥିଲେ | କାର୍ଯ୍ୟରତ ସମୟରେ ଦିବାକର ପାଣ୍ଡୀ ଙ୍କ ମୁର୍ତ୍ୟୁ ହୋଇଥିବା ଯୋଗୁଁ ସ୍ବର୍ଗତ ପାଣ୍ଡିଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ସକାଶେ ସମସ୍ତ ସାମ୍ବାଦିକ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି|

LEAVE A REPLY

Please enter your comment!
Please enter your name here