ନିଆଁ ଲାଗି ଆଖୁ ଫସଲ ନଷ୍ଟ

0
304

କୋଷାଗୁମୁଡା (ଯୋଗେନ୍ଦ୍ର ପ୍ରସାଦ ମହାନ୍ତି )ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାସିନୀ ଗ୍ରାମରେ ଆଜି ଅପରାହ୍ନ ରେ ହଟାତ ନିଆଁ ଲାଗି ପ୍ରାୟ ୪ ଏକର ଆଖୁ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ବାସିନୀ ଗ୍ରାମର ଦୁର୍ଯ୍ୟନ ନାୟକ ଓ ଭଗତ ମାଝୀ ଦୁହେଁ ପ୍ରାୟ ୪ ଏକର ଆଖୁଫସଲ କରିଥିଲେ । ରବିବାର ଅପରାହ୍ନ ଉକ୍ତ ଆଖୁ ଫସଲରେ କୌଣସି କାରଣରୁ ନିଆଁ ଲାଗିଗଲା । ଏହା ଦେଖି ନବରଙ୍ଗପୁର ଅଗ୍ନିଶମ ବିଭାଗ କୁ ଫୋନ କରିଥିଲେ ।ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ପ୍ରାୟ ୬୦ ପ୍ରତିଶତ ନିଆଁ ରେ ଆଖୁ ପୋଡିଯାଇଥିବା ଚାଷୀ ଦୁହେଁ କହିଛନ୍ତି । ଋଣ କରଜ କରି ଦୁହେଁ ଆଖୁ ଚାଷ କରିଥିଲେ । ନିଆଁ ଲାଗିଯିବାରୁ ଦୁଇ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଉକ୍ତ ଦୁଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here