ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ର ବନ୍ଧୁ ମିଳନ;କ୍ଳବକୁ ଫେରିଲେ ପୁର୍ବତନ ସଭାପତି

0
284

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ଲୋକଙ୍କ ସୁଖ ଦୁଃଖରେ ସର୍ବଦା ଛିଡା ହେବା ସହ ନିର୍ଭୀକ ଏବଂ ନିରପେକ୍ଷ ଖବରକୁ ପ୍ରାଧାନ୍ୟ ଦେଉଥିବା ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ବନ୍ଧୁ ମିଳନ ସମାରୋହ ଆଜି ବେଲଗୁଣ୍ଠା ନିକଟସ୍ଥ ମାଆ କୁମାରଶୁଣି ପର୍ବତ ପାଦ ଦେଶରେ ଅନୁଷ୍ଠିତ ହୋଇଯାଇଛି I ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଯୋଗଦେଇ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ଜନ ହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ I ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଯୋଗ ଦେଇ ପ୍ରେସ୍ କ୍ଳବ୍ ସଦସ୍ୟଙ୍କ କଲମ ସର୍ବଦା ନିସ୍ପେଷିତ ଓ ଅବହେଳିତଙ୍କ ସ୍ୱର ହେଉ ବୋଲି ପ୍ରକାଶ କରିଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଲଗୁଣ୍ଠା ଥାନା ସବ୍ ଇନିସ୍ପେକ୍ଟର ପ୍ରକାଶ କୁମାର ସାହୁ ବେଲଗୁଣ୍ଠା ଅଞ୍ଚଳରେ ପ୍ରେସ୍ କ୍ଲବ୍ ର କାର୍ଯ୍ୟକ୍ରମ ଗୁଡିକ ଅନ୍ୟ ସଂଗଠନ ପାଇଁ ଉଦାହରଣ ବୋଲି ପ୍ରକାଶ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ବ୍ଳକ ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୂରୀ ପ୍ରେସ୍ କ୍ଲବ୍ ର କାର୍ଯ୍ୟକ୍ରମ ଗୁଡ଼ିକ ସୁଦୂର ପ୍ରସାରୀ ବୋଲି କହିଥିଲେ ।ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ପ୍ରେସ୍ କ୍ଲବ୍ ସଭାପତି ମାଧବ ଚନ୍ଦ୍ର ଆପଟ ମିଡ଼ିଆ କ୍ଲବ୍ ଛାଡ଼ି ପୁନଶ୍ଚ ପ୍ରେସ୍ କ୍ଲବ୍ ରେ ଯୋଗ ଦେଇଥିବାରୁ ପ୍ରେସ୍ କ୍ଲବ୍ ତରଫରୁ ଶ୍ରୀ ଆପଟଙ୍କୁ ସ୍ୱାଗତ କରାଯାଇଥିଲା Iବରିଷ୍ଠ ସଦସ୍ୟ ସୁଶାନ୍ତ ବେହରା ତାଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ ।ଆଜି ବିଶ୍ୱ ଯୁବ ଦିବସ ଅବସରରେ ପ୍ରେସ୍ କ୍ଲବ୍ ସଭାପତିଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳାୟ ରକ୍ତ ଭଣ୍ଡାର ତରଫରୁ ସେ ୫୯ ଥର ରକ୍ତ ଦାନ କରିଥିବା ଅବସରରେ ଉପଖଣ୍ଡ ମେଡିକାଲ ଅଧୀକ୍ଷକ ସୀତାଂଶୁ ଶେଖର ଶତପଥୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବାରୁ ପ୍ରେସ୍ କ୍ଲବ୍ ତରଫରୁ ଶ୍ରୀ ପାତ୍ରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା I କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ୍ ସଭାପତି ଶ୍ରୀ ପାତ୍ରଙ୍କ ସମେତ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହସମ୍ପାଦକ ସରୋଜ ଶତପଥୀ,କୋଷାଧ୍ୟକ୍ଷ ବିଭୁପାଦ ଜେନା, ବରିଷ୍ଠ ସଦସ୍ୟ ସୁରେଶ କୁମାର ସୁବୁଦ୍ଧି,ସନ୍ତୋଷ କୁମାର ବିଷୋୟୀ, ସୁଶାନ୍ତ ବେହେରା, ଚନ୍ଦନ କୁମାର ସାହୁ, ରାଜେଶ୍ କୁମାର ପାତ୍ର, ବିଶ୍ୱମ୍ବର ଜେନା, ରାଜେଶ କୁମାର ପଣ୍ଡା, ଭବାନୀ ପାଳ, ସଚିନ୍ ପୁରୋହିତ, ଶିବରାମ ଚୌଧୂରୀ, ବର୍ଷାରାଣୀ ସ୍ୱାଇଁ, ବିନ୍ଦୁପ୍ରିୟା ଦାଶ, ଜୟ କୃଷ୍ଣ ପଟ୍ଟନାୟକ ଏବଂ ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଆଗାମୀ ଦିନରେ ପ୍ରେସ୍ କ୍ଳବ୍ ତରଫରୁ ଜନ ସାଧାରଣଙ୍କୁ ସ୍ଵଚ୍ଛତା ଦିଗରେ ସଚେତନ କରାଯାଇ ବେଲଗୁଣ୍ଠା ଅଞ୍ଚଳକୁ ସ୍ଵଚ୍ଛ ରଖିବା ପାଇଁ ପ୍ରେସ୍ କ୍ଳବ୍ ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଥିଲେ I

LEAVE A REPLY

Please enter your comment!
Please enter your name here